ଉନ୍ନତ କୃଷି ପାଇଁ ବନ ସୁରକ୍ଷା ସମିତି ସଦସ୍ୟଙ୍କ କ୍ଷେତ୍ର ପରିଦର୍ଶନ ।

0 432

ଭଞ୍ଜନଗର,୦୪/୦୪(ପିପିଟି); ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବନ ସୁରକ୍ଷା ସମିତିର ୬୦ଜଣ ପୁରୁଷ ଓ ମହିଳା ମାନେ ଅତ୍ୟାଧୁନିକ ପ୍ରଣାଳୀରେ କୃଷିକାର୍ଯ୍ୟ ସମ୍ପର୍କରେ ନୂତନ ଜ୍ଞାନ କୌଶଳ ଆହରଣ କରିବା ପାଇଁ ଜଗନ୍ନାଥ ପ୍ରସାଦ ରେଞ୍ଜର କେତେକ କୃଷି ଉତ୍ପାଦନ କେନ୍ଦ୍ରକୁ ରବିବାର କ୍ଷେତ୍ର ପରିଦର୍ଶନ ନିମନ୍ତେ ଯାତ୍ରା କରିଥିଲେ।ସେଥି ମଧ୍ୟରେ ଏକଘରିଆ ବନ ସୁରକ୍ଷା ସମିତି ଦ୍ୱାରା ହୋଇଥିବା ଫାର୍ମ ଓ ଜଙ୍ଗଲକୁ ନେଇ ଛତୁ ଚାଷ,ବନ୍ତା ଭିଏସଏସ ଦ୍ୱାରା ହୋଇଥିବା ଫୁଲ ଚାଷ ଓ ଦୁବ ଠାରେ ମାଛ ଚାଷ କାର୍ଯ୍ୟ ବୁଲି ଦେଖିଥିଲେ। ସେଠାରୁ ତାଲିମ ନେଇ ଆଗାମୀ ଦିନରେ ସେମାନେ ମଧ୍ୟ ଉନ୍ନତ ପ୍ରଣାଳୀ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରି ସଫଳ ହେବା ଉଦ୍ଦେଶ୍ୟରେ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହାକୁ ଏସିଏଫ ସୁଦର୍ଶନ ବାଦୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସେଣ୍ଟ୍ରାଲ ରେଞ୍ଜର କୁମର ବେହେରା,ବନପାଳ ଶରତ କୁମାର ମହାନ୍ତି,ଶଙ୍କର୍ଷଣ ଗୌଡ଼, ଜି.ଭେଙ୍କେଟ ରାଓ ଦୋରାଙ୍କ ସମେତ ଜାଇକା ଓ ସ୍ୱାତି ଏନଜିଓ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.