ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ନେଇଗଲେ ଦୁବୃର୍ତ୍ତ ।

0 355

ଶେରଗଡ,୦୩/୦୪(ପିପିଟି); ଶେରଗଡ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗାଁ ର ବଡ଼ଘାଟି ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା କାମାକ୍ଷୀଙ୍କ ମନ୍ଦିର ର ରୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଦୁର୍ବୁତ୍ତ ମାନେ ମନ୍ଦିର ର ହୁଣ୍ଡି ତାଲା ତାଡ଼ି ଭାଙ୍ଗି ସେଥି ରେ ଥିବା ନଗଦ ଆନୁମାନିକ ମୂଲ୍ୟ ପ୍ରାୟ ୩୦ ରୁ ୪୦ ହଜାର ଟଙ୍କା ଲୁଟି ନେଇ ଖାଲି ହୁଣ୍ଡିକୁ ମନ୍ଦିର ପାଖରେ ଫୋଫାଡ଼ି ଦେଇ ପଳାଇ ଛନ୍ତି। ଶନିବାର ମନ୍ଦିର ପୂଜକ ମନ୍ଦିର ର ହୁଣ୍ଡି ଭାଙ୍ଗିବା ଦେଖିବାକୁ ପାଇଥିଲେ।ପୂଜକ ଗ୍ରାମ ବାସୀ ଓ ମନ୍ଦିର କମିଟିଙ୍କୁ ଖବର ଦେଇଥିଲେ।ଗ୍ରାମବାସୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ।ଖବର ଲେଖା ହେବା ସୁଦ୍ଧା ଥାନାରେ ମକଦ୍ଦମା ରୁଜ୍ଜୁ ହୋଇନଥିବା ସୂଚନା ମିଳିଛି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.