ଜଗତସିଂହପୁର ଷ୍ଟେଟବ୍ୟାଙ୍କ ବିରୋଧରେ ଅଭିଯୋଗ ଆଣିଲେ ସେହି ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ।

0 322

ଜଗତସିଂହପୁର,୦୨/୦୪(ପିପିଟି);ଜଗତସିଂହପୁର କୃଷି ବିକାଶ ଶାଖା ବିରୋଧରେ ସେହି ବ୍ୟାଙ୍କ ଶାଖାରେ ଦୀର୍ଘ ୪୦ ବର୍ଷ ଚାକିରୀ କରି ଅବସର ଗ୍ରହଣ କରିଥିବା ଜଣେ କର୍ମଚାରୀ ବ୍ୟାଙ୍କର ଅବହେଳା ସମ୍ପର୍କରେ ଜିଲ୍ଲା ଖାଉଟି ସୁରକ୍ଷା ଅଦାଲତରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଜଗତସିଂହପୁର ଓହଳ ଗ୍ରାମର ବାସିନ୍ଦା ଜଣେ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ୮୩ ବର୍ଷୀୟ କର୍ମଚାରୀ ଶ୍ରୀ ରାଜକିଶୋର ସିଂହ ନିଜ ପୁଅର ବକେୟା ବିଦ୍ୟୁତ ବିଲ ବାବଦ ନିଜର ଏକ ଚେକ(ନମ୍ବର-୪୬୪୧୮୪) ମ୍ୟାନେଜର ସେସୁ ଇଲେକ୍ତିକାଲ ଡିଭିଜନକୁ ତା-୨୦/୧୨/୨୦୨୦ ରିଖ ଦିନ ବିଦ୍ୟୁତ ବିଭାଗରେ ଦାଖଲ କରିଥିଲେ ଏବଂ ବିଦ୍ୟୁତ ବିଭାଗ ସେହି ଚେକକୁ ତା-୦୩/୦୧/୨୦୨୦ ରିଖ ଦିନ ବ୍ୟାଙ୍କରେ ଦାଖଲ କରିଥିଲେ ଏବଂ ସେହିଦିନ ତାହା କ୍ଲିୟରିଙ୍ଗ ପାଇଁ କ୍ଲିୟରିଙ୍ଗ ହାଉସକୁ ଯାଇଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ସେହିଦିନ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନସ ଥିଲେ ମଧ୍ୟ ବ୍ୟାଙ୍କ କତ୍ତୃପକ୍ଷ ସେହି ଚେକକୁ ଆକାଉଣ୍ଟରେ ବାଲାନସ ନାହିଁ ବୋଲି ଦର୍ଶାଇ ଚେକଟିକୁ ବାଉନସ କରି ବିଦ୍ୟୁତ ବିଭାଗକୁ ଫେରାଇ ଦେଇଥିଲେ ଯାହା ଫଳରେ ଶ୍ରୀ ସିଂହ ଚେକ ବାଉନସ ବାବଦ କ୍ଷତି ପୁରଣ ଅର୍ଥ ବିଦ୍ୟୁତ ବିଭାଗ ଓ ବ୍ୟାଙ୍କକୁ ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲେ । ଏ ବାବଦରେ ଶ୍ରୀ ସିଂହ ପରିଣତ ବୟସରେ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ବାରମ୍ବାର ଦେଖା କରି ଓ ଲିଖିତ ଆକାରରେ ଅଭିଯୋଗ କରି ମଧ୍ୟ କୌଣସି ଲାଭ ହେଲା ନାହିଁ ବରଂ ବ୍ୟାଙ୍କ କତ୍ତୃପକ୍ଷ ତାଙ୍କୁ ଅଶାଳୀନ ବ୍ୟବହାର କଲେ । ଯାହାଫଳରେ ଶେଷକୁ ଶ୍ରୀ ରାଜକିଶୋର ସିଂହ ଏ ସଂକ୍ରାନ୍ତରେ ଗତ ତା-୨୫/୦୩/୨୦୨୧ରିଖ ଦିନ ଜିଲ୍ଲା ଖାଉଟି ସୁରକ୍ଷା ଅଦାଲତରେ ଏକ ଅଭିଯୋଗ କରିଥିଲେ ଏବଂ ମାନ୍ୟବର ଅଦାଲତ ଏ ଅଭିଯୋଗକୁ ଶୁଣାଣି ପାଇଁ କେଶ ନମ୍ବର CC:66/2021 ରେ ଗ୍ରହଣ କରିଛନ୍ତି ବୋଲି ଅଭିଯୋଗକାରୀଙ୍କ ଓକିଲ ପ୍ରକାଶ କରିଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ସଂଗ୍ରାମ କେଶରୀ ସ୍ୱାଇଁ କେଶ ପରିଚାଳନା କରୁଛନ୍ତି ।ଅଭିଯୋଗକାରୀ ଶ୍ରୀ ସିଂହଙ୍କ ସୂଚନାନୁଯାୟୀ ସେ ଜଣେ ସେହି ବ୍ୟାଙ୍କ ଓ ସେହି ଶାଖାର ଅବସରପ୍ରାପ୍ତ କର୍ମଚାରୀ । ଦୀର୍ଘ ୪୦ ବର୍ଷ ଏହି ବ୍ୟାଙ୍କରେ ଜଣେ କର୍ମଚାରୀ ଭାବରେ ଅତି ନିଷ୍ଠାର ସହ କର୍ତ୍ତବ୍ୟ କରିଆସିଛନ୍ତି । ନିଜ ନିଷ୍ଠାପରାୟାଣା କାର୍ଯ୍ୟ ଯୋଗୁ ସେ ବ୍ୟାଙ୍କ କତ୍ତୃପକ୍ଷଙ୍କ ଦ୍ୱାରା ସମ୍ନାନିତ ମଧ୍ୟ ହୋଇଛନ୍ତି । ଏତଦବ୍ୟତୀତ ସେ ବିଭିନ୍ନ ଜଟିଳ ରୋଗ ଯଥା ଡାଇବେଟିସ ଓ କିଡନୀ ରୋଗ ଦ୍ୱାରା ସଂକ୍ରମିତ ଓ ଚିକିଶ୍ଚିତ ମଧ୍ୟ ହେଉଛନ୍ତି । ସେ ଜଣେ ଅବସରପ୍ରାପ୍ତ କର୍ମଚାରୀ ହୋଇ ଯଦି ବ୍ୟାଙ୍କଦ୍ୱାରା ଅବହେଳିତ ହେଉଛନ୍ତି ତେବେ ସାଧାରଣ ପେନସନ ଭୋଗୀ ଓ ଆକାଉଣ୍ଟଧାରୀ କିଭଳି ଏ ବ୍ୟାଙ୍କର ସେବା ପାଉଥିବେ । ବ୍ୟାଙ୍କର ଏ ଭଳି ତ୍ରୁଟିପୂର୍ଣ କାର୍ଯ୍ୟ ଯୋଗୁ ଚେକ ବାଉନସ ଅପରାଧରେ ଯଦି ଅପରପକ୍ଷ ଆଇନର ଆଶ୍ରୟ ନେଇଥାନ୍ତେ ତେବେ ସେ ଏ ପରିଣତ ବୟସରେ ବିନା ଦୋଷରେ ଜେଲ ମଧ୍ୟ ଯାଇଥାନ୍ତେ ବୋଲି ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି । ତେଣୁ ଜିଲ୍ଲା ଖାଉଟି ସୁରକ୍ଷା ଅଦାଲତ ଏ ବାବଦରେ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ସେ ଆଶା ରଖିଛନ୍ତି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.