ଓଡିଶା ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମ ଶୁଭାରମ୍ବ କଲେ ରାୟଗଡା ଜିଲ୍ଲାପାଳ ।

0 329

ରାୟଗଡା,୦୧/୦୪(ପିପିଟି);ରାୟଗଡା ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ଲୋକମାନଙ୍କର ପୁଷ୍ଟି ଉନ୍ନତି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି । ବିଷମ କଟକ ବ୍ଲକ ଅନ୍ତର୍ଗତ କୁରଲି ଓ ଖମ୍ଭେସି ଠାରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଆଜି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶେଷ କରି ଆଦିମ ଜନଜାତିର ଗର୍ଭବତୀ ଓ ପ୍ରସୂତି ମହିଳା, ଶିଶୁ ଉପକୃତ ହେବେ । ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାମାନେ ଏହାପୂର୍ବରୁ ଶିଶୁବିକାଶ ବିଭାଗରୁ ଏହି ସୁବିଧା ପାଉଥିଲେ କିନ୍ତୁ ତାହାକୁ ଶୁଖିଲା ଖାଦ୍ୟ ଆକାରରେ ଦିଆଯାଉଥିଲା ଯାହାକି ପାରିବାରର ଅନ୍ୟସଦସ୍ୟ ମାନଙ୍କ ମଧ୍ୟରେ ବାଣ୍ଟି ଖାଇବା ଫଳରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଯଥେଷ୍ଠ ହେଉନଥିଲା । ଯାହାଫଳରେ ପୁଷ୍ଟିରେ ଉନ୍ନତି ହେଉନଥିଲା । ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଣିକି ପ୍ରତ୍ୟେକ ଗ୍ରାମରେ ରନ୍ଧା ଖାଦ୍ୟ ଦିଆଯିବ । ସେଥିପାଇଁ ପ୍ରତ୍ୟେକ ଗ୍ରାମରେ ଜଣେ ଜଣେ ମହିଳାଙ୍କୁ ରୋଷେୟା ପାଇଁ ନିୟୋଜିତ କରାଯାଇଛି । ଏହି ଅଂଚଳର ୭ଟି ଗ୍ରାମରେ ଯଥା କୁରଲୀ, ଖମ୍ବେସୀ, ଖଜୁରୀ, ରୋଡlଙ୍ଗ, ଜlଙ୍ଗlଯୋଡ଼ି, ମୁଣ୍ଡବାଳି,ହୁଣ୍ଡୀଜାଳି ଆଦି ଗ୍ରାମରେ ଚlଲିବ । ଏହାକୁ ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ତତ୍ୱାବଧାନରେ ଏହିସବୁ କାର୍ଯ୍ୟକ୍ରମ ଚାଲିବ ।ଏହାବ୍ୟତୀତ ଏହି ସବୁ ଗ୍ରାମର ଶିଶୁ ମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମଧ୍ୟ ଅନୁରୂପ ଭାବରେ ଵ୍ୟବସ୍ଥା କରାଯାଇଛି । ଏହି ଗ୍ରାମର ୬ମାସରୁ ୩ବର୍ଷର ଶିଶୁ ମାନଙ୍କୁ ଯେଉଁମାନଙ୍କୁ ତାଙ୍କ ଅଭିଭlବକ ମାନେ କାମକୁ ଗଲାବେଳା
ଖାଦ୍ୟପେୟର ଦୃଷ୍ଟି ଦିଅନ୍ତି ନାହିଁ ସେମାନଙ୍କୁ ଏକ ଶିଶୁ ଯତ୍ନକେନ୍ଦ୍ରରେ ରଖାଯାଇ ଯତ୍ନ ନେବାସହ ଗୋଟିଏ ବେଳା ରାନ୍ଧଖାଦ୍ୟ,ସକାଳ ଜଳଖିଆ ଓ ସନ୍ଧ୍ୟା ଜଳଖିଆ ଦିଆଯିବ ଏବଂ ପୁଷ୍ଟି ଉପରେ ଯତ୍ନ ନିଆଯିବ । ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାଏକ, ବିଷମ କଟକ ବିଡିଓ ଆଲବର୍ଟ ଲାକ୍ରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ୱାହିଡ଼ ବେଗମ, ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଚାଟିକଣାର ସ୍ୱତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା,ଓପିଲିପିର ପ୍ରକଳ୍ପ ମ୍ୟାନେଜର ସୁଦର୍ଶନ ପlଢି ଓ ଅନ୍ୟାନ୍ୟ କର୍ମଚାରି , କୁରଲୀ ସରପଞ୍ଚ ଡ୍ରିଂଜ ଜାକାଶିକା ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.