ବ୍ଳକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ।

0 1,372

ବେଲଗୁଣ୍ଠା,୩୦/୦୩(ପିପିଟି);ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ଜିଲ୍ଳା ନେହେରୁ ଯୁବ କେନ୍ଦ୍ର ତରଫରୁ ଓମ୍ ମାଆ ନାରାୟଣୀ ଯୁବକ ସଂଘ ଏବଂ ବଜରଙ୍ଗୀ ସଂଘର ମିଳିତ ସହଯୋଗରେ ରବିବାର ଦିନ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଖେଳ ପଡ଼ିଆ ପରିସରରେ ଏକ ବ୍ଳକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୁବ ସଂଯୋଜକ ଅକ୍ଷୟ ନିପାନେ,କୋଷାଧ୍ୟକ୍ଷ ସୁଦାମ ଚରଣ ସାବତ, ଶାସନ ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ପ୍ରଧାନ,ବେଲଗୁଣ୍ଠା ବ୍ଳକ୍ ସଂଯୋଜିକା ଦିପ୍ତିମୟୀ ବେହେରା, ବ୍ୟାଙ୍କ୍ କର୍ମଚାରୀ ଧୋବା ନାୟକ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଗୌଡ, ଗହଙ୍ଗୁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ନେହେରୁ ଯୁବ କେନ୍ଦ୍ର ସଦସ୍ୟ ସଚିନ୍ କୁମାର ଗୌଡ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଦୌଡ଼, ଭଲିବଲ୍, ଉଚ୍ଚଡ଼ିଆଁ, ଲମ୍ବଡ଼ିଆଁ,କବାଡ଼ି ଆଦି ଛଅଟି ବିଭାଗରେ ବ୍ଳକର ଦଶଟି ଗ୍ରାମରୁ ୧୫୦ରୁ ଉର୍ଦ୍ଧ୍ବ କ୍ରୀଡାବିତ୍ ଅଂଶଗ୍ରହଣ କରିଥିବା ବେଳେ କ୍ଷତ୍ରିୟବରପୁର ଗ୍ରାମର କାହ୍ନୁ ଚରଣ ବିଷୋୟୀ ଆଥ୍ଲେଟ୍ ଚାମ୍ପିୟନ୍ ଭାବେ ପୁରସ୍କୃତ ହୋଇଥିଲେ । ସେହିପରି ଭଲିବଲ୍ ବିଭାଗରେ ଗାଙ୍ଗପୁର ଟିମ୍ ଏବଂ କବାଡ଼ି ବିଭାଗରେ କ୍ଷତ୍ରିୟବରପୁର ଟିମ୍ ବିଜୟ ହାସଲ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ୱାଇଁ, ନୂଆଁଗାଆଁ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶରତଚନ୍ଦ୍ର ରାଉତ,ଖଇରପୁଟି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଦୁର୍ଗା ମାଧବ ଶତପଥୀ ଏବଂ ବେଣୀପଲ୍ଲୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର ବିଶ୍ୱାଳଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ନେହେରୁ ଯୁବ କେନ୍ଦ୍ର ବେଲଗୁଣ୍ଠା ବ୍ଳକ ସଂଯୋଜିକା ଦିପ୍ତିମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.