କନ୍ଧମାଳ ପୁଲିସର ମାଓ ବିରୋଧୀ ଅପରେସନ; ବ୍ୟାଟେରୀ, ତାର ସମେତ ଅନେକ ସାମଗ୍ରୀ ଜବତ ।

0 225

କନ୍ଧମାଳ,୩୦/୦୩(ପିପିଟି): କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ରାଇଘର ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏସଓଜି ଏବଂ ଡିଭିଏଫର ମିଳିତ ଉଦ୍ୟମରେ ଏକ ମାଓ ବିରୋଧୀ ଅପରେସନ କରାଯାଇଥିଲା। ଏହି ସମୟରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ମାଓବାଦୀମାନେ ଚମ୍ପଟ୍‍ ମାରିଥିବା ବେଳେ ସେଠାରୁ ଏକ ବ୍ୟାଟେରୀ, ତାର, ଟିଫିନ୍‍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ପୁଲିସ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀମାନେ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ। ଏହାପରେ ପୁଲିସ ଟିମ୍‍ ନିଜକୁ ସୁରକ୍ଷିତ କରି ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲା। ଏହାପରେ ଗୁଳି ଚାଳନା ବନ୍ଦ ନ ହେବାରୁ ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ତେବେ ଘଞ୍ଚ ଜଙ୍ଗଲର ଲାଭ ଉଠାଇ ମାଓବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.