ବାଲିଗୁଡା,୨୯/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଚତୁର୍ଥ ପର୍ଯ୍ୟାୟ ସେବକ ପ୍ରଶିକ୍ଷଣ ଶିବିର ସାଇବିହାର ଠାରେ କୋଭିଡ କଟକଣା ନିୟମକୁ ପାଳନ କରି ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ ଶିବିର ସକାଳ 8 ଘଣ୍ଟ ଠାରୁ ଆରମ୍ଭ ହୋଇ ଅପରାହ୍ନ ରେ ଶେଷ ହୋଇଥିଲା । ଉକ୍ତ ଶିବିରରେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି,କ.ନୂଆଗାଁ, କୁଡୁତୁଲି, କୋଟଗଡ ଏବଂ ସଦର ବାଲିଗୁଡା ରୁ ସାଇ ଭକ୍ତ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଶ୍ରୀ ସତ୍ୟସାଇ ସେବା ସଂଗଠନ ର ଉତ୍ପତି,ବିକାଶ ଓ ଅଗ୍ରଗତି ବିଷୟରେ ଆଲୋଚନା ହୋଇଥିଲା । ନବଧା ଆଚରଣ ଵିଧି, ବାଳବିକାଶ ର ତାତ୍ପର୍ଯ୍ୟକୁ ମଧ୍ୟ ବକ୍ତା ମାନେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ରାୟଗଡା ରୁ ଆସିଥିବା ଅତିଥି ଭଉଣୀ ଡ଼ଃ ଗୀତାଞ୍ଜଳି ପାତ୍ର ଏବଂ ଅମ୍ବାଦଳା ରୁ ଆସିଥିବା ଅତିଥି ତ୍ରିନାଥ ପାତ୍ର ଉପସ୍ଥିତ ରହି ସଂଗଠନ ର ବିକାଶ ଓ ନିୟମାବଳୀ ଉପରେ ଆଲୋକପାତ କରିଥିଲେ । ଆବାହକ ସୁରେନ୍ଦ୍ର ନାଥ ସାହୁ ସ୍ୱାଗତ ସମ୍ଭାଷଣ ଦେଇଥିବା ଶ୍ରୀମତୀ ସସ୍ମିତା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଆଳତି ହୋଇ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)
Next Post