୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ପାନୀୟ ଜଳ ସମସ୍ୟା; ବନ୍ଧ ପାଣି ଉପରେ ନୀର୍ଭର ଗ୍ରାମବାସୀ ।

0 3,449

ସାନଖେମୁଣ୍ଡି;୨୯/୦୩(ପିପିଟି);ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଅନ୍ତର୍ଗତ ଭୁଡୁକି ଗ୍ରାମରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଛି ଲୋକେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହେଲେ ସ୍ଥାନୀୟ ପ୍ରଶାସନର ଏଥି ପ୍ରତି ଦୃଷ୍ଟି ପଡୁନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ସରପଞ୍ଚଙ୍କୁ ଏବଂ ବ୍ଲକ ଅଫିସରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବନ୍ଧପାଣି ପିଇ ଲୋକେ ଶୋସ ମେଣ୍ଟାଉଛନ୍ତି । ଗ୍ରାମରେ ୨ ଗୋଟି ବୋରିଙ୍ଗ ଖୋଳା ଯାଇଥିବା ବେଳେ ତାହା କେବେ କାର୍ଯ୍ୟ କାରି ହେବ ତାହା ଏବେ ବଡ ପ୍ରଶ୍ନ । ରାଜ୍ୟ ସରକାର ବସୁଧା ଯୋଜନା କରି ବାଃ ବାଃ ମାରୁଥିବା ବେଳେ ଲୋକେ ପୋଚୋକା ପାଣି ପିଉଛନ୍ତି ଏହା କିପରି ଯୋଜନା ତାହା ଏବେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେଉଚି । ରାଜ୍ୟ ସରକାରଙ୍କ ଯୋଜନା ଖାଲି ଯୋଜନାରେ ହିଁ ରହିଯାଉଛି ଲୋକେ ଉପକୃତ ହେବା ବଦଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀଙ୍କ ଜଳ ସମସ୍ୟା ଯଦି ଅତି ଶୀଘ୍ର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ କହିଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା ।)

Leave A Reply

Your email address will not be published.