ବେଲଗୁଣ୍ଠା,୨୮/୦୩(ପିପିଟି); ଆଜି ବନ୍ଥପଲ୍ଲୀ ଅଞ୍ଚଳ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ଏକ ବୈଠକ ଜିଲିବା ମଣ୍ଡଳ ଅନ୍ତର୍ଗତ ପାଟୁଳୀସାହି ଗ୍ରାମ ମାଆ ଟାଙ୍ଗରାଇ ଠାକୁରାଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳ ପରିଷଦ ସଭାପତି ସୀତାରାମ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଞ୍ଚଳ ସଂଯୋଜକ ରମେଶ ଚନ୍ଦ୍ର ରାଉତ ଉପସ୍ଥିତ ରହି ସମାଜରୁ ନାରୀ ନିର୍ଯ୍ୟାତନା,ବାଲ୍ୟ ବିବାହ ପ୍ରଥା, ଯୌତୁକ ପ୍ରଥା ବିଲୋପ କରିବା ସଙ୍ଗେ ସଙ୍ଗେ ଶିକ୍ଷାର ଊନ୍ନତିକରଣ ଏବଂ କୃଷି ଉପରେ ଗୂରୂତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ସୀମାଞ୍ଚଳ ଜେନା, ସୋମନାଥ ନନ୍ଦ,ଭଗବାନ ବିଷୋୟୀ, କାଳୁ ଚରଣ ନାୟକ, ରାଘବ ଭୂୟାଁ, ବିଶ୍ଵନାଥ ପ୍ରଧାନ, ସୂର୍ଯ୍ୟ ନାରାୟଣ ବିଷୋୟୀ, ଅଭିରାମ ସ୍ୱାଇଁ, ଜିଲିବା ମଣ୍ଡଳ ସଭାପତି ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପାଟୁଳୀସାହି ଗ୍ରାମ୍ୟ କମିଟି ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଜିଲିବା ମଣ୍ଡଳ ସମ୍ପାଦକ ରାଜ୍ କିଶୋର ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )