ଖରିଡା ଗ୍ରାମରେ ଜିଲ୍ଲପାଳଙ୍କ ଦ୍ଵାରା ସ୍ମାର୍ଟ କ୍ଲାସ୍ ଗୃହ ଉଦଘାଟିତ।

0 491

ହିଞ୍ଜିଳିକାଟୁ,୨୪/୦୩(ପିପିଟି); ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଖରିଡା ଗ୍ରାମ ହାଇସ୍କୁଲର ସ୍ମାର୍ଟକ୍ଳାସ ଗୃହକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ହିଞ୍ଜିଳି ବ୍ଳକର ସମସ୍ତ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣିତ କରାଯିବ ଲକ୍ଷ୍ୟ ରଖିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଏକ ବିବୃତି ରେ ପ୍ରକାଶ କରିଛନ୍ତି ଜିଲ୍ଲପାଳ । ଶିକ୍ଷା ଓ ବିକାଶ ପାଇଁ ସମସ୍ତ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ଅଗଷ୍ଟ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ କହିଥିଲେ। ଉଦ୍‌ଘାଟନୀ ଉତ୍ସବରେ ସରପଞ୍ଚ ସମିତିସଭ୍ୟ ଓ ଗ୍ରାମବାସୀ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଦିଗରେ ବିଦ୍ୟାଳୟ ଗୁଡିକୁ ନୂତନ ସ୍ମାର୍ଟ କ୍ଳାସ ହୋଇଥବାରୁ ଖରିଡା ହାଇସ୍କୁଲରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ,ଅଭିଭାବକ ଓ ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.