ବାଲ୍ମିକୀ କୁଳ ସମାଜ ତରଫରୁ ଗଣ ବିବାହ କାର୍ଯକ୍ରମ ଆୟୋଜନ ।

0 369

ହିଞ୍ଜିଳିକାଟୁ-୨୪/୦୩ (ପିପିଟି); ମଙ୍ଗଳବାର ହିଞ୍ଜିଳିକାଟୁ ପାଟଣାସାହି ନିକଟ ଉଲି ମା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ପୁର୍ବଖଣ୍ଡ ତାଲୁକା ର ସଭାପତି ପ୍ରଭାକର ଦାସ ଓ ଯୁବ ଶକ୍ତିର ସଭାପତି ମିଥୁନ ଦାସଙ୍କ ଅନୁକୁଲ୍ୟରେ ଏକ ଗଣ ବିବାହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ବିବାହରେ ବରକନ୍ୟା ଯଥାକ୍ରମେ କାହ୍ନା ଦାସ ସୋମପୁର ଓ କନ୍ୟା ଅନୀତା ଦଶ ଏବଂ ଅନ୍ୟାନ ବାର କନ୍ୟାକୁ ଯଥା ରୀତିରେ ବିବାହ କରଯାଇଥିଲା । ଏହି ବିବାହକୁ ଗଂଜାମ ଜିଲ୍ଳାର ବିଭିନ୍ନ ତାଲୁକରୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଉପସ୍ଥିତ ପ୍ରଫୁଲ କୁମାର ଦାସ , ସୁଧିର ଦାସ, ଦାମୋଦର ଦାସ , ନିରଂଜନ ଦାସ , ସୁରେଶ ଦାସ ବାବୁ ଦାସ (ମୁଠାସଭାପତି ) ଅନ୍ତ ଦାସ,ଅକ୍ଷୟ ଦାସ , ବାୟା ଦାସ ସିମାଞ୍ଚଳ ଦାସ , ସରାଜ୍ୟ ଦାସ ,କାମ୍ପ ଦାସ ସୁକୃ ଦାସ , ସୋମପୁର ଗ୍ରାମର କମିଟି ପି , ରାମଚନ୍ଦ୍ରପୁର ଗ୍ରାମ୍ୟ କମିଟି ଉପସ୍ଥିତ ରହି ଉକ୍ତ ମାଙ୍ଗଳିକ କାର୍ଯକ୍ରମକୁ ତାଳୁକା ସହ ସଂପଦକ ଅମୁଲ୍ୟ କୁମାର ଦାସ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସଂପାଦନା ହୋଇଥିବାରୁ ସମସ୍ତ ଅତିଥି ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । (ରିପୋର୍ଟ୍- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.