କୃଷକ ଅଧିକାର ଯାତ୍ରାକୁ ଜଗତସିଂହପୁର ଠାରେ ସମ୍ବର୍ଦ୍ଧନା ।

0 458

ଜଗତସିଂହପୁର,୨୧/୦୩(ପିପିଟି); ଦିଲ୍ଲୀ ସୀମାରେ ଲକ୍ଷ ଲକ୍ଷ କୃଷକଙ୍କ ଐତିହାସିକ ଆନ୍ଦୋଳନ ୧୧୦ ଦିନ ଅତିକ୍ରମ କରିସାରିଛି ଏବଂ ଜୀଵନମରଣକୁ ପଣ କରି ଏହି ଆନ୍ଦୋଳନରେ ଭାଗ ନେଇଥିବା କୃଷକମାନଙ୍କ ମଧ୍ୟରୁ ଇତିମଧ୍ୟରେ ୩୦୦ରୁ ଉର୍ଦ୍ଧ୍ବ କୃଷକ ଶହୀଦ ହୋଇସାରିଛନ୍ତି । ଏହି ଆନ୍ଦୋଳନର ଅଂଶ ସ୍ଵରୂପ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲା,ସଵ୍-ଡିଭିଜନ, ବ୍ଲକ୍, ତହସିଲ ପଞ୍ଚାୟତ ସ୍ତରରେ ଲଗାତର ପ୍ରତିବାଦ ଆନ୍ଦୋଳନ ଜାରି ରହିଛି । କୃଷି ଓ କୃଷକ ବିରୋଧି ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ସାରା ରାଜ୍ୟରେ ୧୨ ମାର୍ଚ୍ଚ ରୁ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ କୃଷକଙ୍କ ହକ୍ ପାଇଁ ଅଧିକାର ଯାତ୍ରା ଆୟୋଜନ କରାଯାଇଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି/ସଂଯୁକ୍ତ କିଷାନ ମୋର୍ଚ୍ଚା,ଓଡ଼ିଶା ତରଫରୁ ଶଶୀଭୂଷଣ ସ୍ବାଇଁ, ସୁରେଶ ପାଣିଗ୍ରାହୀ, ନରେନ୍ଦ୍ର ମହାନ୍ତି , ରଘୁନାଥ ଦାସ ପ୍ରମୁଖଙ୍କ ସହ ବିଶିଷ୍ଟ କୃଷକ ନେତାମାନେ ସାରା ରାଜ୍ୟ ପରିକ୍ରମା କରି କୃଷକମାନଙ୍କୁ ଉଦଵୋଧନ ଦେବା ସଙ୍ଗେ ସଙ୍ଗେ ଦିଲ୍ଲୀରେ ଚାଲିଥିବା କୃଷକଙ୍କ ଲଢେଇ ପ୍ରତି ସମର୍ଥନ ହାସଲ କରିବାରେ ସଫଳ ମଧ୍ୟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପାରାଦୀପଗଡ଼ ଠାରେ ରାତ୍ରିଯାପନ କରିବା ସହ ଆଜି ଦିନ ୧୨ ଟାରେ ଏହି କୃଷକ ନେତା ମାନେ ଏକ ଵସ ଯୋଗେ ସଦର ମହକୁମା ଠାରେ ପହଞ୍ଚିଥିଲେ । ବିଭିନ୍ନ କୃଷକ ତଥା ମଜଦୂର ସଂଗଠନ ତରଫରୁ ସୁବାସ ସ୍ଵାଇଁ, ସତ୍ୟ ରଞ୍ଜନ ମହାନ୍ତି, ପ୍ରଦୀପ୍ତ ରାମ, ରୋଜାଲିନ ଦାଶ, ନାରାୟଣ ଦାସ, ଲକ୍ଷ୍ମୀଧର ସ୍ଵାଇଁ, ଅମୂଲ୍ୟ ସ୍ଵାଇଁ ପ୍ରମୁଖ ଉପରୋକ୍ତ କୃଷକ ନେତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦେଇ ସ୍ବାଗତ କରିଥିଲେ ।

(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.