ପାଣି ପାଇଁ ଲୋକେ ହନ୍ତସନ୍ତ; ବାରମ୍ବାର ଲୋକେ ଅଭିଯୋଗ କରି ନୟାନ୍ତ ।

0 1,061

ସାନଖେମୁଣ୍ଡି,୨୩/୦୩(ପିପିଟି); ଲୋକ ମାନଙ୍କ ପାନୀୟ ଜଳ ସମସ୍ୟାକୁ ଦୁର କରିବାପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନାରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥାନ୍ତି । ହେଲେ ଅତି ବିଡ଼ମ୍ବନାର ବିଷୟ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଯାଉଛି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଲୋକେ ପାନୀୟ ଜଳ ଯନ୍ତ୍ରଣାରେ ଆଉଟ୍ ପାଉଟ ହେଉଛନ୍ତି ହେଲେ ସ୍ଥାନୀୟ ପ୍ରଶାସନର ଏଥି ପ୍ରତି ଦୃଷ୍ଟି ପଡୁନାହିଁ । ଗ୍ରାମର କିଛି ସାହିକୁ ପାଣି ଯାଉଥିବା ବେଳେ ଆଉ କିଛି ସାହିକୁ ଟୋପେ ମଧ୍ୟ ପାଣି ଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । କିଛି ସାହିକୁ ବିଲକୁଲ ପାଇପ ମଧ୍ୟ ସଂଯୋଗ କରାଯାଇନଥିବା ଅଭିଯୋଗ ମଧ୍ୟ ହୋଇଛି । ଏବେ ଗ୍ରୀଷ୍ମଋତୁର ଆଗମନ ହୋଇଥିବାରୁ ଯେଉଁଭଳି ଭାବେ ଭୀଷଣ ତାତି ବଢୁଛି ଲୋକ ମାନଙ୍କ ଚିନ୍ତା ପାଣି ପାଇଁ ସେମିତି ଅଧିକ ବଢୁଛି । ରାଜ୍ୟ ସରକାରଙ୍କ ଯୋଜନା ଖାଲି ଯୋଜନାରେ ହିଁ ରହିଯାଉଛି । ଏଭଳି ପରିସ୍ଥିତି ଦେଇ ଲୋକେ ଗତି କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହିଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା ।)

Leave A Reply

Your email address will not be published.