ଶେରଗଡ,୧୪/୦୩(ପିପିଟି); ସ୍ୱଚ୍ଛଗ୍ରାମ, ସବୁଜ ଗ୍ରାମ”କର୍ମଶାଳା ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ଯୁବ ସଂଯୋଜକ ଅକ୍ଷୟ ନୀପାଣେ ସ୍ଵଚ୍ଚ ଗ୍ରାମ ଉପରେ ଆଲୋକପାତ କରିଥିଲେ, ବରଗଛ ସୁରକ୍ଷା ସମିତି ଅଧକ୍ଷ ଲୋକନାଥ ପରିଡା ପରିବେଶ ଉନ୍ନତି ଓ ବ୍ୟବହୃତ ଜଳକୁ ପୁନଃ ବ୍ୟବହାର ନିମନ୍ତେ ପ୍ରବତାଇ ଥିଲେ , ବନବିଭାଗ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଜଙ୍ଗଲ ସୁରକ୍ଷା ଏବଂ ନୂତନ ଜଙ୍ଗଲ ନିର୍ମାଣ ଉପରେ ଆଲୋଚନା କରିଥିଲେ ଏଥିସହ ବିଜୁ ପଟ୍ଟନାୟକ ବିଦ୍ୟାଳୟର ପ୍ରତିଷ୍ଠାତା ଗୌରହରି ବିଷୋୟୀ ଯୋଗଦେଇ ସ୍ୱଚ୍ଛତା, ସୁସ୍ଥତା ଏବଂ ବୃକ୍ଷ ରୋପଣ ଓ ତାର ସୁରକ୍ଷା ହିଁ ଜୀବନର ମୂଳମନ୍ତ୍ର ହେବା ଆବଶ୍ୟକ । ଅଞ୍ଚଳର ଯୁବବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଟ୍ରୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମ୍ପାଦକ ନିରାକାର ବିଷୋୟୀ କାର୍ଯ୍ୟକ୍ରମର ସଫଳ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
(ରିପୋର୍ଟ- ଭିକୁ ନାୟକ। )