ଭାରସାମ୍ୟ ହରାଇ ବାଇକ ଚାଳକ ଗୁରୁତର ।

0 314

କନ୍ଧମାଳ,୧୨/୦୩(ପିପିଟି ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ଜାତୀୟ ରାଜପଥରେ ଏକ ହିରୋହୋଣ୍ଡା ମୋଟର ସାଇକଲ ନଂ. ଓଆର-୦୭-ଏଚ- ୪୪୦୯ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବାଇକ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଦୂତିମେଣ୍ଡୀ ଗ୍ରାମବାସୀ ଖଜୁରୀପଡ଼ା ଅଗ୍ନିଶ୍ରମ ବିଭାଗକୁ ଫୋନ୍ ରେ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳରେ ଦମକଳ ବିଭାଗ ପହଞ୍ଚି ଗୁରୁତର ବାଇକ ଚାଳକଙ୍କୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.