ଅବକାରୀ ଧରପଗଡ଼,୮ ଅଭିଯୁକ୍ତ ଗିରଫ ।

0 432

ଭଞ୍ଜନଗର,୦୮/୦୩(ପିପିଟି); ଆଜି ଅବକାରୀ ବିଭାଗ ତରଫରୁ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ଧରପକଡ କରାଯାଇଛି । ଏହି ଧରପକଡରେ ଅବକାରୀ ବିଭାଗକୁ ବଡ ଧରଣର ସଫଳତା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ଆଠ ଜଣ ଆସାମୀକୁ ଅବକାରୀ ବିଭାଗ ଗିରଫ କରିଛି | ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଉପ-ଅଧିକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟେକ ତତ୍ତ୍ୱlବଧାନରେ ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ଜିଲୁଣ୍ଡି, ବଡକୋଦଣ୍ଡା, ସିଆପଦର, ମୁଜାଗଡ଼, ଜୟମଙ୍ଗଳ, ବେଡିଗବା, ମରାଠୀ ସାହି, ନାହାତୋଟା ସାହି ପ୍ରଭୁତି ଗ୍ରାମରେ ବ୍ୟାପକ ଚଢାଉ କରି ୧୦୬୮୦ ଲିଟର ଗୁଡ ମିଶ୍ରିତ ପୋଚ ସମେତ ୧୨୫୬ ଲିଟର ଗୁଡରୁ ପ୍ରସ୍ତୁତ ହାତ ରନ୍ଧା ଚୋରା ମଦ ସହ ୧୨ ଗୋଟି ଅବକାରୀ କେସ ରୁଜୁ କରାଯାଇଛି ଏବଂ ଜଣେ ମହିଳା ସମେତ ୮ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ଏହି ବଡ ଧରଣର ଚଢାଉରେ ଆସିକା ଅବକାରୀ ନିରୀକ୍ଷକ ଧିରେନ କୁମାର ବେହେରା, ଅବକାରୀ ଷ୍ଟ୍ରାକିଙ୍ଗ ଫୋର୍ସ ଇନସପେକ୍ଟର ପ୍ରତିଧାରା ନାୟକ, ଅବକାରୀ ଉପ-ନିରୀକ୍ଷକ ପାର୍ଥ ସାରଥୀ ରାଉତ, ଜିଲ୍ଲା ଅବକାରୀ ଷ୍ଟ୍ରାକିଙ୍ଗ ଫୋର୍ସ ସବ -ଇନିସ୍ପେକ୍ଟର ଦୁର୍ଯ୍ୟୋଧନ ଦିଗାଲ ସମେତ ଜିଲ୍ଲାର ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ । ଏମିତି ଚୋର କାରବାରରେ ଲିପ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଗକୁ ଚଢାଉ ବ୍ୟାପକ କରାଯିବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି ।

(ରିପୋର୍ଟ- ଜୟକୃଷ୍ଣ ପଟନାୟକ)

Leave A Reply

Your email address will not be published.