ଗଞ୍ଜାମ ଜିଲ୍ଲାରେ ଦଣ୍ଡ ଯାତ୍ରା ବନ୍ଦ ନିଷ୍ପତ୍ତି; ଶାସକ ଦଳ ପାଇଁ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଅଡୁଆ ହୋଇପାରେ !

0 4,135

ବ୍ରହ୍ମପୁର,୦୮/୦୩(ପିପିଟି); ଦଣ୍ଡ ଯାତ୍ରା ଗଞ୍ଜାମ ଜିଲ୍ଲାର ଐତିହ୍ୟ ପରମ୍ପରା। ଦଣ୍ଡ ଯାତ୍ରା ଗଞ୍ଜାମ ଜିଲ୍ଲାର ସଂସ୍କୃତି, ଭାଇଚାରା ସହିତ ଯୋଡି ହୋଇ ରହିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଦ୍ଵାରା ଦଣ୍ଡ ଯାତ୍ରା ବନ୍ଦ ନିଷ୍ପତ୍ତି ଗଞ୍ଜାମବାସୀଙ୍କୁ ମାନସିକତାକୁ ଆଘାତ ପହଞ୍ଚୁଛି। ରାଜ୍ୟ ସରକାର ଯାତ୍ରା କଳାକାର ମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଓଡିଶାରେ ବିଭିନ୍ନ ସ୍ଥାନରେ ସଭାସମିତି ପାଇଁ ଅନୁମତି ରହିଛି। ବର୍ତ୍ତମାନ କରୋନା ପାଇଁ ଔଷଧ ଓ ଟିକା ଉପଲବ୍ଧ ହେଲାଣି। ତଥାପି ଗଞ୍ଜାମ ଜିଲ୍ଲାରେ ଦଣ୍ଡ ଯାତ୍ରା ବନ୍ଦ ନିଷ୍ପତ୍ତି କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରି ଜିଲ୍ଲା ପ୍ରଶାସନ ଅନେକ ନିଷ୍ପତ୍ତି ଯୋଗୁଁ ଲୋକ ପ୍ରତିନିଧି ମାନେ ମଧ୍ୟ ଦ୍ବନ୍ଦରେ ରହୁଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩୨୦ଟି ଦଣ୍ଡ ନାଟ ପୁଞ୍ଜା ରହିଛି। ଗୋଟିଏ ଗୋଟିଏ ଦଣ୍ଡ ପୁଞ୍ଜାରେ ପ୍ରାୟ ୧୦୦ ରୁ ୧୦୦୦ ପର୍ଯ୍ୟନ୍ତ ମାନସିକ ଧାରୀ ଦଣ୍ଡୁଆ ସାମିଲ ହୋଇଥାନ୍ତି। ଗୋଟିଏ ଦଣ୍ଡ ପୁଞ୍ଜା ରେ ଯାତ୍ରା କଳାକାର, ଚିତ୍ରାଳୟ,ମ୍ଯୁଜିସିଏନ୍ , ଲାଇଟ୍ ଓ ସାଉଣ୍ଡର ପ୍ରାୟ ୧୫୦ ଜଣ ଅଂଶଗ୍ରହଣ କରିଥାନ୍ତି। ଗୋଟିଏ ଦଣ୍ଡ ନାଚ କରିବା ପାଇଁ ପ୍ରାୟ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଦଣ୍ଡ ଯାତ୍ରା ଗଞ୍ଜାମ ଜିଲ୍ଲାରେ ୨୧ ଦିନ ଧରି ଚାଲିଥାଏ। ଏହି ଦଣ୍ଡ ଯାତ୍ରାରେ ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଥାଏ। ଛୋଟ ଛୋଟ ଉଠା ଦୋକାନୀ ମଧ୍ୟ ନିଜର ଅର୍ଥ ଉପାର୍ଜନ କରିଥାନ୍ତି। ଏହି ଦଣ୍ଡ ଯାତ୍ରା ଦ୍ଵାରା ଆନେକ ଲୋକଙ୍କ ଜୀବନ ଜୀବିକା ଚାଲେ। ଗତ ବର୍ଷ କୋଭିଡ୍-୧୯ ପାଇଁ ଦଣ୍ଡ ଯାତ୍ରା ବନ୍ଦ ନିଷ୍ପତ୍ତିକୁ ସମସ୍ତ ଗ୍ରହଣ କରିଥିଲେ କିନ୍ତୁ ବର୍ତ୍ତମାନ ସ୍ଥିତି ଅଲଗା। ଏଥ ଯଦି ଜିଲ୍ଲା ପ୍ରଶାସନ ଦଣ୍ଡ ଯାତ୍ରା ବନ୍ଦ ନିଷ୍ପତ୍ତିରେ ଅଟଳ ରହେ ତାହା ହେଲେ ବିଜେଡି ନେତା ଓ କର୍ମୀଙ୍କ ପାଇଁ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଅଡୁଆ ସୃଷ୍ଟି ହୋଇପାରେ। ଯଦି ଆଗାମୀ ନିର୍ବାଚନରେ ଦଣ୍ଡ ଯାତ୍ରା ବନ୍ଦ ନିଷ୍ପତ୍ତିର ପ୍ରଭାବରେ ଦୁଇ ରୁ ପାଞ୍ଚ ପ୍ରତିଶତ ଭୋଟ ବିଜେଡିର କମିବା ସମ୍ଭାବନାକୁ ଏଡାଇ ହେବା ନାହିଁ। ଜିଲ୍ଲା ପ୍ରଶାସନର ଦଣ୍ଡ ଯାତ୍ରା ବନ୍ଦ ନିଷ୍ପତ୍ତି ଆଗାମୀ ନିର୍ବାଚନ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ। ଦଣ୍ଡ ଯାତ୍ରା ବନ୍ଦ ନିଷ୍ପତ୍ତି ଧର୍ମୀୟ ଭାବନାକୁ ସହଜରେ ଲୋକ ଗ୍ରହଣ କରୁନାହାଁନ୍ତି । ଜିଲ୍ଲା ପ୍ରଶାସନ ନିଷ୍ପତ୍ତିର ପୁନଃବିଚାର କରିବା ସହିତ ଗଞ୍ଜାମ ଜିଲ୍ଲାର ସାଂସଦ,ବିଧାୟକ,ବ୍ଲକ ଅଧ୍ଯକ୍ଷ,ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଏବଂ ଦଣ୍ଡ ନାଚ ସଂଘ ସହିତ ଆଲୋଚନା କରାଯିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.