କୁମ୍ଭକର୍ଣ୍ଣ ନିଦ୍ରାରେ ଜଙ୍ଗଲ ବିଭାଗ; ଜଙ୍ଗଲ କଟା ସହ ନିଆଁ ଲାଗି ରହିଛି ।

0 590

ବାଲିଗୁଡା,୦୭/୦୩(ପିପିଟି);ଶିମିଳି ପାଳ ଜଙ୍ଗଲରେ ନିଆଁ ଲାଗିବା ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ସେଥିରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବନାଞ୍ଚଳ ମଧ୍ୟ ବାଦ ପଡିନି । କିଛି ଦିନ ପୂର୍ବରୁ ତୁମୁଡିବନ୍ଧ ବନାଞ୍ଚଳ ବିଭାଗର ଗୁଦଗୁଦା ଜଙ୍ଗଲ ରେ ନିଆଁ ଲାଗିବା ପରେ ଗଣମାଧ୍ୟମ ଦ୍ୱାରା ଖବର ପ୍ରସାରଣ ହେବା ପରେ ମଧ୍ୟ ତୁମୁଡିବନ୍ଧ ବନ ବିଭାଗକୁ କିଛି ପ୍ରଭାବ ପଡିନି ରେଞ୍ଜରଙ୍କୁ ଗଣ ମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ କଲେ ତୁମୁଡିବନ୍ଧ ରେଞ୍ଜର କହୁଛନ୍ତି ସେ ଜଙ୍ଗଲ ଆମ ବନ ବିଭାଗ ରେ ଆସୁନି ବେଲଘର ବନାଞ୍ଚଳ ବିଭାଗ ରେ ଯାଉଛି, ବେଲଘର ରେଞ୍ଜର କହୁଛନ୍ତି ସେଇଟା ତୁମୁଡିବନ୍ଧ ବନାଞ୍ଚଳ ବିଭାଗ ରେ ଆସୁଛି । ଏମିତି ପରସ୍ପର ମଧ୍ୟରେ ଦୋଷାରୋପ କରି ଜଙ୍ଗଲରେ ନିଆଁ ଲାଗିବାକୁ ପ୍ରୋତ୍ସାହନ ଦେଉଥିବା ଆଲୋଚନା ହେଉଛି । କହିବାକୁ ଗଲେ ଶାନ୍ତି ନିଦ୍ରା ରେ ଶୋଇଛନ୍ତି ଦୁଇ ଗୋଟି ବନ ବିଭାଗ ର କର୍ମଚାରୀ ମାନେ । ରବିବାର ସକାଳ ପ୍ରାୟ ୬ ଘଣ୍ଟିକା ସମୟରେ ତୁମୁଡିବନ୍ଧ ସ୍ଥିତ ପତ୍ରପଡି ଗ୍ରାମରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ତୁମୁଡିବନ୍ଧ ବନ ବିଭାଗ ରେଞ୍ଜର କୁ ଗଣମାଧ୍ୟମ ପ୍ରତିନିଧି ଫୋନ ମାଧ୍ୟମରେ ଜଣାଇବା ପରେ ଜାଣୁଛନ୍ତି କିନ୍ତୁ ତାହା ପୂର୍ବରୁ ଜାଣୁନାହାଁନ୍ତି କିନ୍ତୁ ପରିଶେଷରେ ଦମକଳ ବାହିନୀ ଦ୍ୱାରା ନିଆଁ ଲିଭା ଯାଇଥିଲା କିନ୍ତୁ କିଛି ମାତ୍ରାରେ ନିଆଁ ଏବେ ବି ଲାଗିଥିବାର ଦେଖାଯାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେଉଁ ସ୍ଥାନରେ ନିଆଁ ଲାଗିଛି ସେ ପାଖରେ ଘର କରି ଜନ ସାଧାରଣ ମାନେ ବସବାସ କରୁଛନ୍ତି ଏବଂ ଉଦ୍ୟାନ ବିଭାଗ ଅଫିସ ଅଛି । ଦୁର୍ଭାଗ୍ୟ ବଶତଃ ତାଙ୍କର ଯଦି କିଛି କ୍ଷତି ହେଇଯାଏ ସେଥିପାଇଁ ପାଇଁ କଣ ତୁମୁଡିବନ୍ଧ ବନ ବିଭାଗ ଦାୟୀ ରହି ତାଙ୍କର କ୍ଷତି ପୂରଣ କରିବ ନା ‘ଆଉ କଣ ତାର ବ୍ୟବସ୍ଥା କରିବ ତୁମୁଡିବନ୍ଧ ବନ ବିଭାଗ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.