ଓଟିପି ନମ୍ବର ମାଗି ୨୦ହଜାର ଟଙ୍କା ଗାଏବ ।

0 589

ଭଞ୍ଜନଗର,୦୬/୦୩(ପିପିଟି) ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ ସଚେତନତା ଅଭାବରୁ ବହୁ ଲୋକ ଠକାମି ର ଶିକାର ହେଉଛନ୍ତି।ନୂଆ ନୂଆ କୌଶଳ ବ୍ୟବହାର କରି ଠକମାନେ ନିରୀହ ଲୋକଙ୍କ ଠାରୁ ସର୍ବସ୍ଵ ଲୁଟି ନେଉଛନ୍ତି। ଗତ କିଛି ଦିନ ତଳେ ସୋରଡ଼ା ବ୍ଲକ କୁଲାଙ୍ଗୀ ପଞ୍ଚାୟତ ପଳାସ ପଲି ଗ୍ରାମର ଜଣେ ମହିଳା ସୁଚିତ୍ରା ବିଷୋୟୀଙ୍କ ମୋବାଇଲକୁ ୭୭୫୫୮୪୫୪୯୩ ଏହି ନମ୍ବର ରୁ ଫୋନ୍ ଆସିଥିଲା। ଫୋନ୍ ରେ ଜଣେ ବ୍ୟକ୍ତି ମୁଁ ଏଆରଟେଲ ଅଫିସରୁ କହୁଚି ତମ ମୋବାଇଲକୁ ଗୋଟିଏ ଓଟିପି ନମ୍ବର ମେସେଜ ଆସିଛି ତାହା ମୋତେ କୁହ ନହେଲେ ସିମ ବ୍ଲକ ହେଇଯିବ ବୋଲି କହିଥିଲେ। ଏଭଳି ୩/୪ଥର ଫୋନ୍ ଆସିବାରୁ ବାଧ୍ୟହୋଇ ସୁଚିତ୍ରା ମେସେଜ ରେ ଆସିଥିବା ଓଟିପି ନମ୍ବର ଟିକୁ ଡାକିଥିଲେ। ଏହାପରେ ତାଙ୍କ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏକାଉଣ୍ଟରୁ ୧୭ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଟଙ୍କା ଉଠାଇବାକୁ ସୁଚିତ୍ରା ବ୍ୟାଙ୍କ ଯାଇଥିବା ବେଳେ ତାଙ୍କ ଏକାଉଣ୍ଟ ରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ଖାତା ଚେକ କରିବା ପରେ କେହି ଦୁର୍ବୁତ୍ତ ତାଙ୍କ ଜମା ଟଙ୍କା ଲୁଟି ନେଇଥିବା ଜଣା ପଡିଥିଲା।ଶେଷରେ ନିରାଶ ହୋଇ ସୁଚିତ୍ରା ବ୍ୟାଙ୍କରୁ ଫେରିଥିଲେ। ବିଶେଷ କରି ବହୁ ଗ୍ରାମାଞ୍ଚଳର ପୁରୁଷ ଓ ମହିଳା ଏଭଳି ଫୋନକୁ ବିଶ୍ୱାସ କରି ଲୁଟର ଶିକାର ହେଉଥିବା ଦେଖାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.