ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ପାଳିତ ।

0 284

ଭଞ୍ଜନଗର,୦୫/୦୩(ପିପିଟି); ଭଞ୍ଜନଗର ବାଉଁଶଲୁଣ୍ଡି ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ସ୍ମୃତି ସଂସଦ ତରଫରୁ ଓଡ଼ିଶାର ପ୍ରବାଦ ପୁରୁଷ କଳିଙ୍ଗ ବୀର ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ଶୁକ୍ରବାର ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଛି। ଏଥିରେ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ସମେତ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆସ୍କା କୋ-ଅପରେଟିଭ ସୋସାଇଟି ର ସଭାପତି ବିରେନ୍ଦ୍ର କେଶରୀ ଆରୁଖ,ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ସାଂସଦ ପ୍ରତିନିଧି ଦିବାକର ନାୟକ,ଗଞ୍ଜମ ଜିଲ୍ଲା ବିଜେଡ଼ି ଉପସଭାପତି ରାଜକୁମାର ସାହୁ,ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ସୁନିତା କୁମାରୀ ଦଳବେହେରା,ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, ବରିଷ୍ଠ ଆଇନଜୀବୀ ଏମ.ତାଜ ଆଦେନୀ, ରାଜନୀତିଜ୍ଞ ଦେବଦତ୍ତ ପ୍ରଧାନ, ସଭାନେତ୍ରୀ ସୁଜ୍ଞାନୀ କୁମାରୀ ଗୌଡ଼, ବାଉଁଶ ଲୁଣ୍ଡିସରପଞ୍ଚ ଶାନ୍ତି ଲତା ନାୟକ, ପୂର୍ବତନ ସରପଞ୍ଚ ଇଂ.ଲିଙ୍ଗରାଜ ପ୍ରଧାନ, ଯୁବ ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ପ୍ରଧାନ,ଉପସଭାପତି ସଞ୍ଜୀବ କୁମାର ରାଜୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।ବିଜୁ ବାବୁଙ୍କ ନୀତି, ଆଦର୍ଶ, ଦୂରଦୃଷ୍ଟି ଓ ସାହାସିକତା ସମ୍ପର୍କରେ ଆଲୋଚନା କରିବା ସହ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ କ୍ଷେତ୍ରରେ ବିଜୁବାବୁଙ୍କ ଉଲ୍ଲେଖନୀୟ ଅବଦାନ ଥିଲା। ତାଙ୍କ ସମୟରେ ରାଜ୍ୟର ଉନ୍ନତି ସକାଶେ ୧୩ଟି ଜିଲ୍ଲାରୁ ୩୦ଜିଲ୍ଲାକୁ ବୃଦ୍ଧି କରିଥିଲେ।ଚାଷୀ ସମସ୍ୟା ସମାଧାନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ମଜୁରୀ ବୃଦ୍ଧିକୁ ମଧ୍ୟ ସେ ଅଗ୍ରାଧିକାର ଦେଇଥିଲେ ବୋଲି ଅତିଥିମାନେ କହିଥିଲେ। ଶେଷରେ ଶୂଳପାଣି ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.