ବୋଲଗଡ଼,୦୫/୦୩(ପିପିଟି); ଧଳାପଥର ପଞ୍ଚାୟତ ଅଧୀନସ୍ଥ ଠଣାପଲୀ ଗ୍ରାମର ଆରାଧ୍ୟ ଠାକୁରାଣୀ ମା କାଳୀକା ଦେବୀପିଠରେ ଚାରିଦିନ ବ୍ୟାପି ଅନୁଷ୍ଠିତ “ଆମ ପଲ୍ଲୀ ଗାଁ” ସାଂସ୍କୃତିକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି ରାଜକିଶୋର ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଉସ୍ଚବରେ ଡଃ ଗଣେଶ୍ୱର ସ୍ୱାଇଁ ମୁଖ୍ୟ ବକ୍ତା ରାମଶଙ୍କର ମୁଖ୍ୟ ଅତିଥି, ରାଜକିଶୋର ପାଣିଗ୍ରାହୀ ସମ୍ମାନ ଅତିଥି ଭାବରେ ଯୋଗଦେଇ ଥିଲେ। ଠଣାପଲି ମିଳିତ ଯୁବସଂଘ ଦ୍ୱାରା ଏହି କାର୍ଯ୍ୟ କ୍ରମ ଦ୍ୱାରା ସମ୍ପାଦକ ଭାଗୀରଥି ଦାଶଙ୍କ ପୁସ୍ତକ “ମୋ ପଲ୍ଲୀ ଗାଁ” ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପୁସ୍ତକର ସମୀକ୍ଷା କରିଥିଲେ ରାଜକିଶୋର ପାଣିଗ୍ରାହୀ। ଉଦଯାପନ ଉତ୍ସବରେ ଖଜୁରୀପଦାର ଦଣ୍ଡନାଚ ଓ ଠଣାପଲି ଦଣ୍ଡ ନୃତ୍ୟ ଭିତରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟ କ୍ରମ ଶେଷରେ ସମସ୍ତ କଳାକାରଙ୍କୁ ମାନ ପତ୍ର ଦିଆଯାଇଥିଲା। ଏ ଅଞ୍ଚଳର ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ , କଳାକାର,ଲେଖକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ରତ୍ନାକର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )