ଲୋକଙ୍କ ହିତରେ ଜିଲ୍ଲା ପ୍ରଶାସନ ।

0 363

ଛତ୍ରପୁର,୦୪/୦୩(ପିପିଟି); ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ଯାଇ ସମସ୍ତ ରାଜସ୍ବ ସୁବିଧା ପ୍ରଦାନ ଦିଗରେ ଆଉ ପାଦେ ଆଗରେ ରହିବାର ପ୍ରମାଣ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ l ଛତ୍ରପୁର ଉପଖଣ୍ଡ ଗଞ୍ଜାମ ତହସିଲ ଅଧିନସ୍ତ ପୋଇରସି ଗ୍ରାମରେ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଏବଂ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନାରେ ଗ୍ରାମର ସତେଇଶି ଜଣ ଗୃହହୀନ ହିତାଧିକାରୀଙ୍କୁ ପଟ୍ଟା , ଏକଶହରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଗ୍ରମକଣ୍ଠ ଘରବାରି ପଟ୍ଟା ଏବଂ ଅନ୍ୟାନ୍ୟ ବିବିଦ୍ଧ ପ୍ରମାଣ ପତ୍ର ପ୍ରଦାନ କରାଯାଇଅଛି । ଜିଲ୍ଲା ପ୍ରଶାସନ ଗ୍ରାମକୁ ଆସି ଏପରି ସୁବିଧା ପ୍ରଦାନ କରିଥିବାରୁ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା । ଏହି ସୁବିଧା ସର୍ବସାଧାରଣଙ୍କୁ ସର୍ବଦା ଯୋଗାଇଦେବା ନିମନ୍ତେ ପ୍ରତିଶୃତିବଦ୍ଧ ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଥିଲେ ।

Leave A Reply

Your email address will not be published.