ବାଲିଗୁଡା,୦୩/୦୩(ପିପିଟି ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ବାରଖମା ରାସ୍ତାରେ ଏକ ଅଟୋ ନଂ.OD-12-9425 କୁ ଯାଞ୍ଚ କରିଥିଲେ । ସେଥିରୁ ୧୯୨ ବୋତଲ ବିଅର ଓ ନିପ୍ ବିଦେଶି ମଦ ବାହାରିଥିଲା । ଯାହାର ଓଜନ ୪୯.୫୦୦ ଲିଟର ବୋଲି ଜଣାପଡିଛି । ଏହି ବିଦେଶୀ ମଦ ବାଲିଗୁଡ଼ା ରୁ ବାରଖମା ଯାଉଥିଲା ।ଅଟୋକୁ ଜବତ କରିବାସହ ୩ଜଣଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ମାନେ ହେଲେ ଜୁନାଗାଁର ପୀତବାସ ସାହୁ, ବାରଖମାର ପଙ୍କଜ ନାୟକ,ଓ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନାମରେ ଏକ ମାମଲା ନଂ.୪୩/୨୧ ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )