ମା’ ସୁରା ଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ।

0 191

କନ୍ଧମାଳ,୦୩/୦୩(ପିପିଟି);କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାଠାରେ ମା’ ସୁରା ଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ରାଜ୍ୟ ପରିବହନ ଓ ଯୋଜନା ସମନ୍ଵୟ ମନ୍ତ୍ରୀ ପଦ୍ମନାଭ ବେହେରା । ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳହିଁ ଏକମାତ୍ର ମାଧ୍ୟମ ଯାହା ପରସ୍ପର ମଧ୍ୟରେ ସଦଭାବ ଓ ଭାତୃତ୍ଵ ଭାବ ସୃଷ୍ଠି କରିବ ବୋଲି କହିଥିଲେ। କେବଳ ସେତିକି ନୁହେଁ ମନ ଓ ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଚାପମୁକ୍ତ କରିଥାଏ ଖେଳ। ଏଣୁ ଯୁବକ ଯୁବତୀ ମାନେ ଫୁଟବଲ, ଭଲିବଲ କ୍ରିକେଟ, କବାଡି ଖୋଖୋ ଆଦି ଯେକୌଣସି ପ୍ରକାର ଖେଳ ଖେଳିବା ଆବଶ୍ୟକ। ସରକାର କ୍ରୀଡା ଉପରେ ଗୁରୁତ୍ଵ ଦେଉଛନ୍ତି। ଫଳରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ଯାଏ ଖେଳପଡ଼ିଆ ଓ ଷ୍ଟାଡିୟମମାନ ମଧ୍ୟ ନିର୍ମାଣ କରିଛନ୍ତି । ଏଣୁ ଏହାର ସଦଉପଯୋଗ କରିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ବେହେରା ପ୍ରକାଶ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଖଜୁରୀପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିରେନ୍ଦ୍ର କହଁର, ବିଡିଓ ରବୀନ୍ଦ୍ର ନାଥ କହଁର,ସରପଞ୍ଚ ମିତା ମଲିକ, ସମିତି ସଭ୍ୟ ଗୀତାଞ୍ଜଳି ସାହୁ, ଆର.ନୁଆଗାଁ ସମିତି ସଭ୍ୟ ସୁଶାନ୍ତ ଦାସ, ଓ ସରପଞ୍ଚ ଦିଗମ୍ବର କହଁର ପ୍ରମୁଖ ଅନ୍ୟତମ ଅତିଥି ରୁପେ ଯୋଗଦେଇ ଥିଲେ । ଉଦ୍‌ଘାଟନୀ ମ୍ୟାଚ ତାଳଚେର ଓ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ଵର ଟିମ ବିଜୟୀ ହୋଇଥିଲା। ଏହି ଫୁଟବଲ ମ୍ୟାଚ ମାର୍ଚ୍ଚ ୯ ତାରିଖ ଯାଏ ଚାଲିବ । ମାର୍ଚ୍ଚ ୯ ରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ରହିଛି । ସେହିପରି ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ହୋଇଥିବାରୁ ମହିଳାମାନଙ୍କୁ ଉତ୍ସାହୀତ କରିବା ଲାଗି ଏକ ମହିଳା ମ୍ୟାଚର ମଧ୍ୟ ଆୟୋଜନ କରାଯାଇଛି । ଏହି ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରତିଦିନ ଆଖପାଖ ଗ୍ରାମର ଶତାଧିକ ଖେଳପ୍ରେମୀଙ୍କ ସମାଗମ ହୋଇଥିଲା ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.