ଫିରିଙ୍ଗିଆ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

0 343

କନ୍ଧମାଳ,୦୨/୦୩(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁଙ୍କ ଜନ୍ମ ବାର୍ଷିକ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ତଥା ରାଜ୍ୟ ବାଣିଜ୍ୟ ଓ ପରିବାହନ ମନ୍ତ୍ରୀ ପଦ୍ମନାଭ ବେହେରା ସଭାପତିତ୍ୱ କରିଥିଲେ। ଆସନ୍ତା ୧୧ ତାରିଖ ଠାରୁ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ପାଳନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମ ଉତ୍ସବ ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲୁରହିବ। କୋଭିଡ୍ ନିୟମ ପାଳନ ସହ ଶ୍ରୀଜୀଉଙ୍କ ଜନ୍ମ ଉତ୍ସବ ପାଳନ କରାଯିବା ନେଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା। ଆସନ୍ତା ୧୧ ତାରିଖ ଅପରାହ୍ନ ୩ଟାରେ କଳସ ଯାତ୍ରା, ମହାପ୍ରଭୁଙ୍କ ଅଲଙ୍କାର ପ୍ରତିଷ୍ଠା ସହ ତିନିଦିନ ଧରି ନାମଯଜ୍ଞ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞନ ମହନ୍ତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନ, ଅତିରିକ୍ତ ଥାନା ଅଧିକାରୀ ଦଶରଥ ହେମ୍ରମ, ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ସମେତ ପରିଚାଳନା କମିଟିର ସମ୍ପାଦକ ଲକ୍ଷ୍ମିଧର ସାହୁ, ସଦସ୍ୟ ସତ୍ୟନାରାୟଣ ସାହୁ, ବାଲକୃଷ୍ଣ ଜୁଣ୍ଡି , ଚନ୍ଦ୍ରମୋହନ ନାଏକ, ବିଜୟ କୁମାର ସାମଲ, ମନ୍ଦିର ପୂଜକ କାଳିଆ ପଣ୍ଡା, ବାଲୁଙ୍କେଶ୍ୱର ଆଚାର୍ଯ୍ୟଙ୍କ ସହ ଫିରିଙ୍ଗିଆ ସହରର ଅନେକ ବୁଦ୍ଧିଜୀବୀ ମନ୍ଦିର ପାରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶ୍ରୀଜୀଉଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ନେବା ପାଇଁ ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଉତ୍ସବ ପରିଚାଳନା କରିବା ନେଇ ଦାୟିତ୍ୱ ବଣ୍ଟନ କରାଯାଇଥିଲ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.