ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରଶିକ୍ଷଣ ଶିବିର ।

0 395

ରାୟଗଡା,୦୧/୦୩(ପିପିଟି); ରାୟଗଡ ଜିଲ୍ଲା ଗୁଣପୁର ସହକାରୀ ଉଦ୍ୟାନ ନିର୍ଦେଶକ ଙ୍କ ସୌଜନ୍ୟ ରେ ରାମନାଗୁଡା ଓ ଗୁଡାରି ବ୍ଲକର ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଦିନିକିଆ ପନିପରିବା ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଉଦ୍ୟାନ ବିଭାଗ ଓ ମିଶନ ଶକ୍ତି ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚି। ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ଦିଗରେ ଏଭଳି ପ୍ରଶିକ୍ଷଣ ଶିବିର ପାଇଁ କରିଥିବା ପ୍ରୟାସ ନିଶ୍ଚିତଭାବେ ଆମ ଅଞ୍ଚଳରେ ମହିଳା ଚାଷୀଙ୍କ ଜୀବନ ଜୀବିକା ରେ ସୁଧାର ଆଣିବା ବୋଲି ମତବ୍ୟକ୍ତ କରିଥିଲେ।ଗୁଣପୁର ସହକାରୀ ଉଦ୍ୟାନ ନିର୍ଦେଶକ ପ୍ରଶାନ୍ତ ଖଟୁଆ ଗୋଷ୍ଠୀ ର ସଦସ୍ୟା ଙ୍କୁ ଏଠାରେ ପ୍ରଶିକ୍ଷଣ ନେଇ ସଠିକ ଉପାୟ ଓ ଜ୍ଞାନ କୌଶଳ ସହ ଚାଷ କରି ସରକାରଙ୍କ ଏହି ଯୋଜନାକୁ ସଫଳ କରିବାକୁ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ର ବିନୋଦ ଜେନା ,ରାମନାଗୁଡା ସହକାରୀ କୃଷି ଅଧିକାରୀ ସୁଜାତା ନିଶଙ୍କ, ସହକାରୀ ଉଦ୍ୟାନ ଅଧିକାରୀ ଏମ ସୁଚିତ୍ରା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ।ବିଧାୟକଙ୍କ ଉପସ୍ଥିତ ରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବିହନ କିଟ ଓ ପନିପରିବା ଚାଷ ସମ୍ବନ୍ଧୀୟ ବହି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଉଦ୍ୟାନ ବିଭାଗ ର ଅକ୍ଷୟ କୁମାର ପଣ୍ଡା ନିରୂପମା ବାଉରୀ ପରିଚାଳନା କରିଥିଲେ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Leave A Reply

Your email address will not be published.