ଭଞ୍ଜନଗର,୨୮/୦୨(ପିପିଟି); ଭଞ୍ଜନଗର ନିକଟ ବନ ବିହାର ଠାରେ ରବିବାର ଅପରାହ୍ନରେ ଏକ ମାରୁତି ଅଲ୍ଟୋ କାର ଏକ ବାଇକ କୁ ଦୁର୍ଘଟଣାରୁ ବଞ୍ଚେଇ ବାକୁ ଯାଇ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରଲର କୁ ପଛପଟୁ ଧକ୍କା ଦେଇଥିଲା। କାର ଟି ସୋରାଦେବୀ ମନ୍ଦିରରୁ ଭଞ୍ଜନଗର ଫେରୁଥିବା ବେଳେ ଦୁର୍ଘଟଣାରେ ଚାଳକ ସ୍ଥାନୀୟ ଏଲଆଇସି କଲୋନୀର ଭୋଳା ନାଥ ରାୟଗୁରୁ ଓ ଭେଜିପୁଟ ର ଅମିତ କୁମାର ନାୟକ ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ ପଠେଇଥିଲେ। ହେଲେ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଦୁର୍ଘଟଣାରେ କାରଟିର ସାମ୍ନା ଓ ବାମ ପାର୍ଶ୍ଵ ଭାଙ୍ଗି ଚୁରମାର ହୋଇଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )