ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ କାର୍ଯ୍ୟକ୍ରମର ଶୁଭାରମ୍ଭ ।

0 251

ଭଞ୍ଜନଗର,୨୭/୦୨(ପିପିଟି); ପୁରୁଣା ବସ୍ତ୍ରକୁ ନଷ୍ଟ ନ କରି ତାହା ଆବଶ୍ୟକ ଥିବା ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ମୁଁହରେ ହସ ଫୁଟାଇବା ଲକ୍ଷରେ ଭଞ୍ଜନଗରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଗମାନନ୍ଦ ଏଜୁକେସନ ସେଣ୍ଟର ତରଫରୁ ଆରମ୍ଭ କରାଯାଇଛି ଥିଲେ ଦିଅନ୍ତୁ ଓ ନଥିଲେ ନିଅନ୍ତୁ କାର୍ଯ୍ୟକ୍ରମ । ଭଞ୍ଜନଗର ସି.ଟି ସ୍କୁଲ ରାସ୍ତାରେ ଏହି କାର୍ଯ୍ୟକ୍ରମରକୁ ରିବନ କାଟି ଶୁଭାରମ୍ଭ କରିଥିଲେ ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବି.ଗୋବିନ୍ଦ ରାଓ, ସଂପାଦକ ଚିନ୍ମୟ କୁମାର ବେବର୍ତା, ପ୍ରଭାତି ମଞ୍ଜରୀ ବେହେରା,ରୋଟାରୀ କ୍ଳବର ସଭାପତି ପଞ୍ଚାନନ ମିଶ୍ର,ସଦସ୍ୟ ତ୍ରିନାଥ ବେହେରା, ଅବିନାଶ ପଣ୍ଡା,ବିଭୂତି ଭୂଷଣ ପ୍ରଧାନ, ଶଙ୍କର ପ୍ରସାଦ ପଟ୍ଟନାୟକ,ହିମାଂଶୁ ଶେଖର ମିଶ୍ର, ସୁଦାମ ଦଳବରା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଠାରୁ ବସ୍ତ୍ର ଗ୍ରହଣ ଠାରୁ ଆବଶ୍ୟକ କରୁଥିବା ଲୋକଙ୍କୁ ବସ୍ତ୍ର ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ସନ୍ତୋଷ ତିଆଡି, ରୀତାରାଣୀ ମହାପାତ୍ର,ଅଜିତ କୁମାର ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରାୟ ଅଶୀଏରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବସ୍ତ୍ର ଗ୍ରହଣ କରିଥିବାବେଳେ ପ୍ରାୟ କୋଡିଏରୁ ଉର୍ଦ୍ଧ୍ବ ଲୋକ ନିଜର ପୁରୁଣା ବସ୍ତ୍ର ପ୍ରଦାନ କରିଥିଲେ । ଶେଷରେ ସହ ସଂପାଦକ ହିମାଂଶୁ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.