ଭୁବନେଶ୍ବର,୨୭/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୬ । ବର୍ତ୍ତମାନ ସୁଦ୍ଧା ୮୩,୦୦,୪୪୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୭,୧୦୪ ଚିହ୍ନଟ ହୋଇଛନ୍ତି ୩,୩୪,୪୬୩ ଜଣ ସୁସ୍ଥ ହୋଇଥିବା ବେଳେ ୬୭୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୧୯୯,ସୁସ୍ଥ ସଂଖ୍ୟା ୫୨,୮୧୦, ଚିକିତ୍ସିତ ସଂଖ୍ୟା ୪୨, ମୃତ ସଂଖ୍ୟା ୩୩୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୧୫୨, ସୁସ୍ଥ ସଂଖ୍ୟା ୨୮,୯୭୦, ଚିକିତ୍ସିତ ସଂଖ୍ୟା ୩୬, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୯୬, ସୁସ୍ଥ ସଂଖ୍ୟା ୨୧,୬୩୫, ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୮୬ ଜଣଙ୍କ ମଧ୍ୟରୁ ୫୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।