କୁକୁଡାଖଣ୍ଡି,୨୬/୦୨(ପିପିଟି);କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରୋହିଙ୍ଗା ପଞ୍ଚାୟତ ଅଧୀନ ପାଣ୍ଡିଆଝୋଳି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆଜି ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିପରି ଜନସାଧାରଣ ହାତ ପାହାନ୍ତାରେ ନିଜ ଗ୍ରାମରେ ସରକାରି ସୁବିଧା ପାଇପାରିବେ ଆଉ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଆର୍ଥିକ ଓ ମାନସିକ ଭାରାକ୍ରାନ୍ତ ହେବାକୁ ପଡ଼ିବ ନାହିଁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ’ ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷୀତ ମୋ ସରକାର ଯୋଜନା ଅଧୀନରେ ବିଗତ ବର୍ଷ ଠାରୁ ଆରମ୍ଭ ହୋଇଚି । ସ୍ଥାନୀୟ ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉପସ୍ଥିତରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପାଖାପାଖି ୫ ଟି ଗ୍ରାମର ଜନସାଧାରଣ ଲାଭବାନ ହୋଇଥିଲେ । ପ୍ରତି ସପ୍ତାହରେ ଭିନ୍ନ ଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଚାଲୁରହୁଚି । ୧୨ ଜଣଙ୍କୁ ଘରବାରି ପଟ୍ଟା ପ୍ରଦାନ କରାଯାଇଥିବାବେଳେ,୩୦ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା,୨୧ ବିବିଧ ପ୍ରମାଣ ପତ୍ର,କାର୍ଯ୍ୟକ୍ରମ ସମୟରେ ହିଁ ୧୭ ଜଣଙ୍କୁ ମାମଲା ସମାଧାନ କରାଯାଇଥିଲା । ୭୦୩୦୮ ଟଙ୍କା କିସମ ପରିବର୍ତ୍ତନ ନିମନ୍ତେ ଧାର୍ଯ୍ୟ ରାଶି ଆଦାୟ କରାଯାଇଥିଲା । କରୋନା କଟକଣାକୁ ପାଳନ କରି ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ଶତାଧିକ ଲୋକ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂ, ସୁଦର୍ଶନ ବେହେରା ,ରାଜସ୍ବ ନିରୀକ୍ଷକ ଜୟନ୍ତୀ ମାଳା ସେଠି,ସୁପେରଭାଇଜର ସୁବାଷ ନାୟକ, ଉମା ବେହେରା, ବାସୁଦେବ କର ପ୍ରମୁଖ ଉପସ୍ଥିତ ଥିଲେ ।