ଭଞ୍ଜନଗର,୨୪/୦୨ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା ରଘୁନାଥ ମନ୍ଦିର ନିକଟରୁ ଗତ ୨୨ତାରିଖ ସାନ୍ଧ୍ୟ ୭ଟା ସମୟରେ ସ୍ଥାନୀୟ ୨ଜଣ ଯୁବତୀ ଜିନିଷ ପତ୍ର କିଣାକିଣି କରୁଥିବା ବେଳେ ହାଠାତ୍ ୨ଜଣ ଲୁଟେରା ଆସି ସେମାନଙ୍କ ଠାରୁ ମୋବାଇଲ ଓ ମନିପର୍ସ ଛଡାଇ ନେଇ ଚମ୍ପଟ ମାରିଥିଲେ। ଏସମ୍ପର୍କରେ ଭଞ୍ଜନଗର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ସ୍ଥାନୀୟ ଶଙ୍ଖ ସାହିର ନିର ନାୟକଙ୍କ ପୁଅ ସନି ନାୟକ(୨୨)କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।ସନି ଠାରୁ ଲୁଟ ମୋବାଇଲ ଜବତ କରାଯାଇଛି।ଏସମ୍ପର୍କରେ ଭଞ୍ଜନଗର ଥାନାରେ କେଶ ନଂ ୭୦/୨୧ରେ ଏକମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରୀ ଅଫିସର ଲିତା ରାଣୀ ପରିଡ଼ା କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )