କଳିଙ୍ଗାଘାଟିରେ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣା, ଡ୍ରାଇଭର ଗୁରୁତର ।

0 242

ବାଲିଗୁଡା,୨୨/୦୨(ପିପିଟି);କୋଇଡା ବଡବିଲରୁ ଲୁହାପଥର ବୋଝେଇ ଟ୍ରକ ଗୋପାଳପୁର ପୋର୍ଟକୁ ଯାଉଥିବା ବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଆଜି ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ବିବରଣୀରୁ ପ୍ରକାଶ ଯେ, ଝାଡଖଣ୍ଡ ଅଞ୍ଚଳର ଡ୍ରାଇଭର ଉସ୍ତାବୁଲ୍ ଅନସାରୀ(୨୫) ଓ ହେଲପର ମୋବିନ୍ ଅନସାରୀ(୧୯) ସୁନ୍ଦରଗଡରେ ରହି ଆସୁଥିବା ବେଳେ ଆଜି ଲୁହାପଥର ବୋଝେଇ କରି ଗୋପାଳପୁର ପୋର୍ଟକୁ ନେଉଥିବା ସମୟରେ କଳିଙ୍ଗା ଘାଟି ଭିଲିଆପଟା ଠାରେ ଦୁର୍ଘଟଣା ଘଟି ଟ୍ରକଟି ଓଲଟି ଯାଇଥିଲା। ଘାଟିରେ ଜି.ଉଦୟଗିରି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଘଟଣା ଦେଖି ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ପୁଲିସ ଜିପରେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡ୍ରାଇଭର ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Leave A Reply

Your email address will not be published.