ସମ୍ମିଳିତ ବନ ସୁରକ୍ଷା ସମିତିର ସଚେତନତା ସାଇକେଲ ଶୋଭାଯାତ୍ରା ।

0 309

ଭଞ୍ଜନଗର,୨୨/୦୨(ପିପିଟି); ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ କାଳିଆମ୍ବା ସେକ୍ସନର ସମ୍ମିଳିତ ବନ ସୁରକ୍ଷା ସମିତି ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା କଣ୍ଟେଇପଲିରୁ ବାହାରି ଭଞ୍ଜନଗର ମୂଖ୍ୟ ରାସ୍ତା ଦେଇ କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲା। ବନ ସୁରକ୍ଷା ସମିତି ର ସଦସ୍ୟମାନେ ହାତରେ ପ୍ଲା କାର୍ଡ଼ ଧରିବା ସହ କୋଭିଡ଼ କଟକଣା, ଜଙ୍ଗଲ ସୁରକ୍ଷା ଓ କନ୍ୟାଭ୍ରୁଣ ହତ୍ୟା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ।ଏହାପରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଏ.ସି.ଏଫ ମୋତିଲାଲ ମାଦୀ, ବନ ସୁରକ୍ଷା ସମିତି ସଭାପତି ଶରତ ଚନ୍ଦ୍ର ସ୍ୱାଇଁ, କୋଡ଼ିନେଟର ସନ୍ତୋଷ କୁମାର ଡାକୁଆ, ଫରେଷ୍ଟର ଶଙ୍କର୍ଷଣ ଗୌଡ଼ ଓ କାଳିଆମ୍ବା ସେକ୍ସନର ଗାର୍ଡ ଶରତ କୁମାର ମହାନ୍ତି ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଓ ବନ ସୁରକ୍ଷା ସମିତିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ।ଏଥିସହ ଗ୍ରାମ ନିକଟରେ ଥିବା ଜଙ୍ଗଲର ସୁରକ୍ଷା ଦାୟୀତ୍ୱ ହେଉଛି ବନ ସୁରକ୍ଷା ସମିତିର ତେଣୁ ବନ ବିଭାଗ ସହଯୋଗରେ ଉକ୍ତ ଅଞ୍ଚଳର ଉନ୍ନତି ହୋଇପାରିବ ବୋଲି ଏସିଏଫ ଶ୍ରୀ ମାଦୀ କହିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସ୍ବେଛାସେବୀ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.