କନ୍ଧମାଳର ମିସେସ ଇଣ୍ଡିଆ ରିତାରାଣୀଙ୍କୁ ଜନ୍ମ ମାଟିରେ ସମ୍ବର୍ଦ୍ଧନା ।

0 304

କନ୍ଧମାଳ,୨୧/୦୨(ପିପିଟି); ଗୋଆଠାରେ ମିସେସ ଇଣ୍ଡିଆ ମୁକୁଟ ଜିତି ଜିଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଥିବା ରୀତାରାଣୀ ଜାନୀଙ୍କୁ ତାଙ୍କ ନିଜ ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରୀତା ଆଜି କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ପିରିକୁଡି ପଞ୍ଚାୟତ ନିଜ ଜନ୍ମମାଟି ଜାଲଙ୍ଗାପଦରରେ ପହଂଚିବା ପରେ ତାଙ୍କୁ ଗାମବାସୀ ମାନେ ବାଜା ବାଦ୍ୟ ସହ ପାଛୋଟି ନେଇଥିଲେ। ଗ୍ରାମର ଅନେକ ଲୋକ ତାଙ୍କ ଘରେ ପହଞ୍ଚି ତାଙ୍କୁ ଫୁଲତୋଡା ଓ ପୁଷ୍ପମାଲ୍ୟ ଦେଇ ଶୁଭେଚ୍ଛା ଜଣାଇଥିଲେ। ପରିବାର ସଦସ୍ୟଙ୍କ ପକ୍ଷରୁ ମଧ୍ୟ ରୀତାରାଣୀଙ୍କ ସଫଳତା ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରିତା ଗ୍ରାମକୁ ଆସିଥିବାରୁ ଗ୍ରାମରେ ଏକ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ରୀତା ତାଙ୍କର ଏହି ସଫଳତାର ଶ୍ରେୟ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କୁ ଦେଇଛନ୍ତି। ପିତା ଅଧ୍ୟାପକ ତୀର୍ଥ ଜାନୀ ଓ ସ୍ୱାମୀ ଅରୂପ ପ୍ରୀତମଙ୍କ ସହଯୋଗ ପାଇଁ ଏ ଅବସରରେ କୃତଜ୍ଞତା ଜ୍ଞାପନ କରିଥିଲେ ରୀତାରାଣୀ । ସମସ୍ତଙ୍କ ଆଶୀର୍ବାଦ ତାଙ୍କୁ ଆହୁରି ଆଗକୁ ଯିବାର ବାଟ ଦେଖାଇବ ବୋଲି କହିଛନ୍ତି ।ସୂଚନାଯୋଗ୍ୟ ଗତ, ୧୫ ଓ ୧୬ ତାରିଖରେ ଗୋଆଠାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରିତାରାଣୀ ମିସେସ ଇଣ୍ଡିଆ ଉପାଧି ହାସଲ କରିଥିଲେ। ଏଭଳି ଉପାଧି ଜିତିବାରେ ସେ କନ୍ଧମାଳ ଜିଲା ତଥା ରାଜ୍ୟରେ ପ୍ରଥମ ମହିଳା ହୋଇଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଆଜି ଗ୍ରାମର ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ସମ୍ବର୍ଦ୍ଧନାରେ ସାମିଲ୍ ହୋଇଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Leave A Reply

Your email address will not be published.