ବେଲଗୁଣ୍ଠା,୨୧/୦୧(ପିପିଟି); ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଳା ନେହେରୁ ଯୁବ କେନ୍ଦ୍ର ତରଫରୁ ଏକ ଜାତୀୟ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ୟାଚ ଦି ରେନ୍ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଜଳ ସଂରକ୍ଷଣ ଉପରେ ନାଟକ ପରିବେଷଣ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୬୦ ରୁ ଊର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଶାସନ ସରପଞ୍ଚ ପ୍ରତିନିଧି ସଞ୍ଜୟ ପ୍ରଧାନ, ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଗୌଡ, ଧୋବା ନାୟକ, ସ୍ଵେଚ୍ଛାସେବୀ ଦୀପ୍ତିମୟୀ ବେହେରା ପ୍ରମୁଖ ଊପସ୍ଥିତ ରହି ଜଳ ସଂରକ୍ଷଣ ଉପରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଦିପ୍ତିମୟୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )