ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ।

0 475

ଭଞ୍ଜନଗର,୨୧/୦୨(ପିପିଟି); ଭଞ୍ଜନଗର ନିକଟ ଜିଲୁଣ୍ଡି ଆଡ଼ୁଆ ସାହିରେ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ୪ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଜଣାପଡିଛି।ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା।ଏହି ଗ୍ରାମର ସୂର୍ଯ୍ୟ ନାରାୟଣ ପ୍ରଧାନ ଓ ପଡୋଶୀ ବାବୁ ପ୍ରଧାନଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡ଼ିଛି।ହେଲେ ଅଗ୍ନିକାଣ୍ଡ ସମ୍ପର୍କରେ କୌଣସି ସଠିକ ସୂଚନା ମିଳି ପାରିନାହିଁ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.