ଷୋହଳ ତମ ପ୍ରସିଦ୍ଧ ପାତାଳୀ ମହୋତ୍ସବ-୨୦୨୧ ଉଦଯାପିତ ।

0 249

ଉଲୁଣ୍ଡା,୨୦/୦୨(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ସପ୍ତାହ ବ୍ୟାପି ଚାଲିଥିବା ପ୍ରସିଦ୍ଧ ପାତାଳୀ ମହୋତ୍ସବ-୨୦୨୧ ଉଦଯାପିତ ହୋଇଯାଇଛି ।ଆଜି ୫୬ ପ୍ରହରୀ ନାମଯଜ୍ଞ ସହ ଘୃତଯଜ୍ଞ ଓ ଭାଗବତ ସପ୍ତାହ ପାରାୟଣର ପୁନଶ୍ଚରଣ ହୋଇଛି । ବିଭିନ୍ନ ଦିବସରେ ପଡୋଶୀ ଗ୍ରାମ ମାନଙ୍କର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିବା ସହ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଶଙ୍କର ବେହେରା ଏବଂ ସାଥି,ପାତାଳୀ ଶ୍ରୀକ୍ଷେତ୍ର କଳା ପରିଷଦ,ଶାଶ୍ୱତ ମେଲୋଡି ଗ୍ରୁପ, ରୁମକୁଝୁମାନା,ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା,ରୋଜ ଟ୍ରି ଡ୍ୟାନ୍ସ ଗ୍ରୁପ କଟକ, କଲକୀ ଏଣ୍ଟରଟେନମେଣ୍ଟ ପୁରୀର ପ୍ରମୁଖ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ।ଉଦଯାପନୀ ସଭାରେ ସମାଜସେବୀ ମୁରଲୀଧର ଭୋଇ,ପାତାଳୀ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ର, ନରସିଂହ ପ୍ରଧାନ, ଜାନକୀରାମ ଦେହୁରୀ ଜଗନ୍ନାଥ ସେବକ ପଦ୍ମନା ପଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଟ୍ରଷ୍ଟ ସଭାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହୋତ୍ସବର ବିଭିନ୍ନ ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମେତ ବିଶିଷ୍ଟ ସାହିତ୍ୟିକ,କଳାକାର ମାନେ ଅତିଥି ଭାବରେ ଯୋଗଦେଇଥିଲେ । ଯଜ୍ଞରେ ପଣ୍ଡିତ ଦେବାର୍ଚ୍ଚନ ଦାସ,ବିଦ୍ୟାଧର ଦାସ, ଗୌରୀଶଙ୍କର ମିଶ୍ର,ଗୌରଚରଣ ନନ୍ଦ ଯଜ୍ଞ ଆଚାର୍ଯ୍ୟ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ବଳରାମ ଷଡଙ୍ଗୀ ବ୍ୟାସ କାର୍ଯ୍ୟ ତୁଲାଇଥିଲେ । ଗ୍ରାମର ଗୌନ୍ତିଆ ଚମରା ଅମାତ ଓ ସୈରେନ୍ଦ୍ରୀ ଅମାତ ଏବଂ ଚିତ୍ତରଞ୍ଜନ ପାଢ଼ୀ ଓ ଗୌରୀ ପାଢ଼ୀ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ।ମହୋତ୍ସବର ସମସ୍ତ ଦିବସରେ ଉଲୁଣ୍ଡା ପୋଲିସ,ଦମକଳ ବାହିନୀ, କୋଟସମଲାଇ ପାତାଳୀ ସେନା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.