ଯୁବ ରେଡକ୍ରସ କ୍ଲଷ୍ଟର ଶିବିର ଉଦ୍‌ଘାଟିତ ।

0 242

ବେଲଗୁଣ୍ଠା,୧୯/୦୨(ପିପିଟି); କ୍ଷତ୍ରୀୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ତିନି ଦିନିଆ କ୍ଲଷ୍ଟର ଶିବିର ଉଦ୍‌ଘାଟିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ଯୋଗ ଦେଇ ସଡ଼କ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ କହିଥିଲେ । ସମ୍ମାନିତ ଅତିଥି ରୂପେ ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁ,କେନ୍ଦୁପଦର କଲେଜର ହରିଶଙ୍କର ପାଣ୍ଡେ ଏବଂ କ୍ଷତ୍ରୀୟବରପୁର ସ୍ନାତକ ମହାବିଦ୍ୟାଳୟର ଡ଼:ସଂଜୀବ କୁମାର ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ ।ଯୁବରେଡକ୍ରସ ଜ଼ିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓଙ୍କ ତତ୍ୱାବଧାନରେ ତିନୋଟି କଲେଜର ୨୦ ଜଣ ଯୁବ ରେଡ଼କ୍ରସ ସ୍ବେଛାସେବୀ ଯୋଗ ଦେଇଛନ୍ତି । ପ୍ରଥମ ଦିନରେ ରେଡ଼କ୍ରସର ଇତିହାସ ସମ୍ପର୍କରେ ଦେବବ୍ରତ ସାହୁ କହିଥିବାବେଳେ ରକ୍ତଦାନ ସମ୍ପର୍କରେ ଗୋବରା ମେଡିକାଲ ମୁଖ୍ୟ ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ କହିଥିଲେ ।ମହାବିଦ୍ୟାଳୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼ :ରାଜେନ୍ଦ୍ର ଡାକୁଆ ସଭାପତିତ୍ୱ କରିଥିଲେ । ୩ ଦିନିଆ ଶିବିରରେ ପ୍ରାଥମିକ ଉପଚାର, ସଡକ ସୁରକ୍ଷା, ପ୍ରାକୃତିକ ଉପଚାର, ଏଡ଼ସ,ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଅନ୍ୟମାନଙ୍କ ମଧ୍ୟରେ ସ୍ୱରୂପା ବିଶ୍ୱାଳ, ସୁଶାନ୍ତ କୁମାର ଲେଙ୍କା, କପିଳ ସାହୁ, ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସହଯୋଗ କରୁଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.