କଂଗ୍ରେସ ଦଳ ତରଫରୁ ଛଅ ଘଣ୍ଟିଆ ଓଡିଶା ବନ୍ଦ ଡାକରା ର ପ୍ରଭାବ ପଡିଛି ବୋଲଗଡ ଓ ବେଗୁନିଆ ଅଞ୍ଚଳରେ।

0 391

ବୋଲଗଡ,୧୫/୦୨(ପିପିଟି);ଦେଶରେ ଅହେତୁକ ଭାବରେ ବଢିଚାଲିଛି ପେଟ୍ରୋଲ ,ଡିଜେଲ ଓ ବିଭିନ୍ନ ପ୍ରକାରର ତୈଳଦର ଯାହାଫଳରେ ପୁଞ୍ଜି ଜନ ଅସନ୍ତୋଷ ବୃଦ୍ଧି ପାଇବାପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ। କଂଗ୍ରେସ ର ଆହ୍ବାନ କ୍ରମେ ଦେଶରେ ଛଅ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ରାଜଧାନୀ ସମେତ ପ୍ରତେକ ଜିଲା ସଦରମହକୁମା ଏପରିକି ଗ୍ରାମାଅନ୍ଚଳରେ ଦେଖିବାକୁ ମିଳିଛି ଏ ବନ୍ଦଡାକରାର ପ୍ରଭାବ। ସେହିଭଳି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବେଗୁନିଆ ଛକ, ବୋଲଗଡ଼ର ଗାନ୍ଧୀ ଛକ,ଧଳାପଥର ଗୋଲେଇଛକ ଠାରେ ଓ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ଶାନ୍ତି ପୁର୍ଣଭାବେ ବନ୍ଦ ଡାକରାକୁ ପାଳନ କରିଥିଲେ। କେବଳ ଆମ୍ବୁଲାନ୍ସ ସେବା, ମେଡିକାଲ, ଔଷଧ ଦୋକାନ ଗୁଡିକ ଖୋଲା ଥିବାବେଳେ ଦୋକାନ ବଜାର ଗୁଡିକ ବନ୍ଦରହିଅଛି ଏପରିକି ରାସ୍ତା ଘାଟ ସୁନ୍ ସାନ୍ ପରିଲକ୍ଷିତ ହେଉଅଛି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.