ଭଞ୍ଜନଗର ଠାରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ ।

0 128

ଭଞ୍ଜନଗର,୧୫/୦୨(ପିପିଟି);ଗତ କିଛି ଦିନ ହେଲା ସାରା ଦେଶରେ ଡ଼ିଜେଲ ଓ ପେଟ୍ରୋଲ ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି।ଯାହାଫଳରେ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ତେଲ ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏହାର ପ୍ରତିବାଦରେ ସୋମବାର କଂଗ୍ରେସ ଦଳ ତରଫରୁ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଏହାକୁ ସମର୍ଥନ ଜଣାଇ ଭଞ୍ଜନଗର ଠାରେ ମଧ୍ୟ ଏହି ବନ୍ଦ କୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ ନେତା ଓ କର୍ମୀମାନେ ଏକାଠି ହୋଇ ସକାଳ ୭ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ଗାଡ଼ି ମଟର ଚଳାଚଳ ବନ୍ଦ ରଖିବାକୁ ସମସ୍ତଙ୍କୁ ସଚେତନ କରିଥିଲେ। ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଦଳୀୟ କର୍ମୀମାନେ ପିକେଟିଂ କରିବା ସହ ମୋଦୀ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।ଏଥିରେ ରାଜ୍ୟ ପିସିସି ସଭ୍ୟ ଦେବୀ ବିଷୋୟୀ, ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ବିକ୍ରମ ବିଷୋୟୀ, ପ୍ରଶାନ୍ତ ବିଷୋୟୀ, ସୁକାନ୍ତ ଦିଗାଲ, ରବି ମଳିକ ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.