ବିପଦ ସଂକୁଳ ଅବସ୍ଥାରେ ବର ଗଛ ଶାଖା,ଜୀବନ ହାନୀର ସମ୍ଭାବନା ।

0 359

ମାଲକାନଗିରି,ତା:୧୩/୦୨(ପିପିଟି);ମାଲକାନଗିରି ପୁରୁଣା ମେଡିକେଲ ନିକଟସ୍ଥ ଶିବ ମନ୍ଦିରକୁ ଲାଗି ଏକ ବର ଗଛର ବିରାଟ ଶାଖା ଗତ କାଲି ଅଚାନକ ଛିଣ୍ଡି ପଡିବା ଯୋଗୁଁ ମେଡିକାଲର ରୋଷେଇ ଶାଳ ଧ୍ବଂସ ବିଧ୍ବଂସ ହୋଇପଡିଛି । ଅନ୍ଯ ଏକ ବଟ ବୃକ୍ଷ ଶାଖା ଶୁଷ୍କ ଅବସ୍ଥାରେ ଝୁଲି ରହିଥିବା ବେଳେ କେଉଁ ସମୟରେ ପଡି ଜୀବନ ହାନୀ ଘଟାଇବ କହିବା ଅସମ୍ଭବ । ପ୍ରକାଶ ଥାଉକି ଏହି ବିରାଟ ବର ଗଛଟି ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡ କାର୍ଯ୍ଯାଳୟର ପ୍ରବେଶ ପଥରେ ଦଣ୍ଡାୟମାନ । ପ୍ରତି ଦିନ ଏହି କାର୍ଯ୍ଯାଳୟକୁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଯାତାୟତ କରିଥାନ୍ତି ।ଏହା ବ୍ଯତୀତ ଏହି କାର୍ଯ୍ଯାଳୟରେ ରହୁଥିବା ସରକାରୀ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ପରିବାର ବର୍ଗ ସରକାରୀ ବାସ ଭବନରେ ରହି ଦୈନିନ୍ଦିନ କାର୍ଯ୍ଯ ଶକାସେ ଯାତାୟତ କରିଥାନ୍ତି । ଏଠାରେ କୋଭିଡ ହସପିଟାଲ ଚାଲିଥିବାରୁ ରୋଗୀଙ୍କ ସଂପର୍କୀୟମାନେ ପାନୀୟ ଜଳ ପାଇଁ ମଧ୍ଯ ଏହି ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ଉପଖଣ୍ଡ କାର୍ଯ୍ଯାଳୟକୁ ଆସିଥାନ୍ତି । ତେବେ ଏହି ଶୁଖିଲା ବର ଗଛର ବିଶାଳ ଶାଖାଟି କେତେବେଳେ ଅବା କେଉଁ ମୂହୁର୍ତ୍ତରେ କାହା ଉପରେ ଛିଣ୍ଡି ଜୀବନ ହାନୀ ଘଟାଇବାର ସମ୍ଭାବନା ରହିଛି । ଏଣୁ ତୁରନ୍ତ ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ବର ଗଛର ଶାଖାକୁ କାଟି ବିପଦ ମୁକ୍ତ କରିବା ପାଇଁ ସାଧାରଣରେ ଦୃଢ ଦାବୀ ହୋଇଛି ।ଏଥି ପ୍ରତି ମାଲକାନଗିରି ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ମଧ୍ଯ ହସ୍ତକ୍ଷେପ କରିବା ପାଇଁ ଦାବୀ ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.