ଭୁବନେଶ୍ବର,୧୩/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୯ । ବର୍ତ୍ତମାନ ସୁଦ୍ଧା ୮୦,୦୧,୭୦୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୬,୧୦୧ ଚିହ୍ନଟ ହୋଇଛନ୍ତି ୩,୩୩,୩୫୧ ଜଣ ସୁସ୍ଥ ହୋଇଥିବା ବେଳେ ୭୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୧୨୫,ସୁସ୍ଥ ସଂଖ୍ୟା ୫୨,୭୩୮, ଚିକିତ୍ସିତ ସଂଖ୍ୟା ୪୧, ମୃତ ସଂଖ୍ୟା ୩୩୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୧୧୨, ସୁସ୍ଥ ସଂଖ୍ୟା ୨୮,୮୯୫, ଚିକିତ୍ସିତ ସଂଖ୍ୟା ୭୧, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୮୯, ସୁସ୍ଥ ସଂଖ୍ୟା ୨୧,୬୨୮, ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୫୯ ଜଣଙ୍କ ମଧ୍ୟରୁ ୩୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।