ବୋଲଗଡ,୧୨/୦୨(ପିପିଟି);ବୋଲଗଡ଼ ବ୍ଲକ ବାଙ୍କୋଇ ମୂଖ୍ୟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଯକ୍ଷ୍ମା ନିରାକରଣ ଓ ସବୁଦିନ ପାଇଁ ଖକ୍ଷ୍ମା ରୋଗକୁ ମୂଳପୋଛ କରିବା ପାଇଁ ବୋଲଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ। ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୋଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଜେନା , ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଆଶୁତୋଷ ମହାନ୍ତି ,ବରିଷ୍ଟ ଯକ୍ଷ୍ମା ନିରୀକ୍ଷକ ବିଜୟ କୁମାର ହରିଚନ୍ଦନ , ସ୍ଵାସ୍ଥ୍ୟ ନିରୀକ୍ଷକ ଦୀପକ କୁମାର ମହାନ୍ତିଙ୍କ ତତ୍ଵାବଧାନରେ କିଭଳି ଯକ୍ଷ୍ମା ରୋଗର ନିରାକରଣ କରାଯାଇପାରିବ ଏବଂ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅତି ସହଜ ରେ କେବଳ ଔଷଧ ସେବନ ଦ୍ଵାରା ଚିକିତ୍ସା ହୋଇ ଭଲ ହୋଇପାରୁଛି ସେ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ଏହି ସୁବିଧାର ପ୍ରସାର ଓ ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରିବା ପାଇଁ ଡାକ୍ତର ଜେନା ଜଣାଇଛନ୍ତି । ଏଥିରେ ବୋଲଗଡ଼ ବ୍ଲକର ବହୁ ବରିଷ୍ଟ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )