ବାଲିଗୁଡା,୧୧/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡପାକିଆ ଠାରେ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଗ୍ରାମାଞ୍ଚଳ ରେ ଥିବା ଖେଳାଳୀ ମାନଙ୍କର ଲୁକ୍କାୟିତ ଯୁବ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ କୁଡୁପାକିଆ ଜ୍ୟୋତି ୟୁଥ କ୍ଳବର ଏକ ଭିନ୍ନ ପ୍ରୟାସ । ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଷୋହଳଟି ଦଳ ଅଂଶଗ୍ରହଣ କରୁଛନ୍ତି । ପ୍ରଥମ ତଥା ଉଦଘାଟନ ଖେଳରେ ମୂଖ୍ୟ ଅତିଥି ରୂପେ ସମାଜସେବୀ ତଥା ଗ୍ରାମ୍ୟ କମିଟି ସଭାପତି ନବୀନ ଦିଗାଲ, ସମ୍ମାନୀତ ଅତିଥି ଭାବେ ହେରାଦ ଦିଗାଲ, ଗୋବର୍ଦ୍ଧନ ମଳିକ, ସମାଜ ସେବୀ ବଇର ଦିଗାଳ, ପିତବାସ ଦିଗାଲ, ନାଭିଦତ୍ୟା ମାଝୀ ଓ ଉଦ୍ଧବ ଦିଗାଳ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚ ଦାରିଙ୍ଗବାଡି ଓ ରାଇକିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ରାଇକିଆ ଦଳ ବିଜୟୀ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚ ଟି ହଣ୍ଟର ସିକ୍ସ କୁର୍ତ୍ତମ ଗଡ ଓ ଲାରକ ସିକ୍ସ ବେରେଡାକିଆ ମଧ୍ୟରେ ଖେଳ ହୋଇଥିବା ବେଳେ କୁର୍ତ୍ତମଗଡ ଦଳ ବିଜୟୀ ହୋଇଥିବା ଜଣାପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)