ବୋଲଗଡ଼,୧୧/୦୨(ପିପିଟି); ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗ୍ରାମ ପଞ୍ଚାୟତ ଗୌଡା କାଜୁ ଜଙ୍ଗଲରେ ମିଳିଛି ଯୁବକଙ୍କ ଝୁଲନ୍ତା ମୃତ୍ୟୁଦେହ ମିଳିଛି। ମୃତ୍ୟୁ ଯୁବକ ଜଣଙ୍କ ସାମନ୍ତରାୟ ଗ୍ରାମର ବିଜୟ ମାଝୀଙ୍କ ପୁଅ ଉପେନ୍ଦ୍ର କୁମାର ପାଇକରାୟ (୨୪) ବୋଲି ଜଣାପଡିଛି। ଯୁବକଙ୍କ ବାପାଙ୍କ କହିବା ଅନୁସାରେ ଦୁଇଦିନ ଦିନ ପୂର୍ବରୁ ତାଙ୍କ ପୁଅ ଶେଲୁନଙ୍କୁ ଯାଉଛି କହି ଯାଇଥିଲା କିନ୍ତୁ ସେ ଆଉ ଫେରିନଥିଲା ଫଳରେ ପରିବାର ପକ୍ଷରୁ ଗତକାଲି ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା । କାଲି ସନ୍ଧ୍ୟାରେ ଜଙ୍ଗଲ ରେ ପୁଅର ଗାଡି ଖବର ରହିଥିବା ଖବର ପାଇଁ ପରିବାର ଲୋକେ ଖୋଜାଖୋଜି କରିଥିବା ସମୟରେ ଗଛରେ ଝୁଲନ୍ତା ଅବସ୍ଥାରେ ପୁଅର ମୃତ୍ୟୁ ଦେହ ଦେଖିବାକୁ ପାଇଥିଲେ। ଖବର ପାଇ ବେଗୁନିଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ଦେହକୁ ଉଦ୍ଧାର କରିବା ସହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।ଏହା ସହ ଘଟଣାର ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )