ଦୀର୍ଘ ଦିନ ହେଲା ଏଟିଏମ ଅଚଳ: ଗ୍ରାହକ ହନ୍ତସନ୍ତ ।

0 369

ଭଞ୍ଜନଗର,୧୧/୦୨(ପିପିଟି);ଭଞ୍ଜନଗର ରେଡ଼କ୍ରସ ରୋଡ଼ ସରକାରୀ ଡାକ୍ତରଖାନା ସାମ୍ନାରେ ଥିବା ବ୍ୟାଙ୍କ ଅଫ ବରୋଦାର ଏକମାତ୍ର ଏଟିଏମ ଗତ ଏକ ମାସ ହେବ ଅଚଳ ହୋଇ ରହିଛି। ଯାହାଫଳରେ ଏହି ବ୍ୟାଙ୍କର ବହୁ ସଂଖ୍ୟକ ଗ୍ରାହକ ରହିଥିଲେ ମଧ୍ୟ ସେମାନେ ବିଭିନ୍ନ ପ୍ରକାର ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।ଏସମ୍ପର୍କରେ ସ୍ଥାନୀୟ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବାରେ ଏହା କାର୍ଯ୍ୟକ୍ଷମ ହେବାକୁ ଆହୁରି କିଛି ଦିନ ସମୟ ଲାଗିଯିବ ବୋଲି ସେ କହିଛନ୍ତି।ଏହି ବ୍ୟାଙ୍କର ଗ୍ରାହକ ମାନେ ଏଟିଏମ ରୁ ଟଙ୍କା ବାହାର କରିବାକୁ ଆସି ନିରାଶ ହୋଇ କେତେକ ଅନ୍ୟ ବ୍ୟାଙ୍କ ଏଟିଏମ ରୁ ବାଧ୍ୟ ହୋଇ ଟଙ୍କା ବାହାର କରି ଅଧିକ ଚାର୍ଜ ଦେଉଥିବା ବେଳେ ଆଉ କେତେକ କ୍ୟାସ କାଉଣ୍ଟର ସାମ୍ନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନ ଲଗାଇ ଟଙ୍କା ଉଠାଉଛନ୍ତି।ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ତେଣୁ ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରି ଉକ୍ତ ଏଟିଏମ କୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.