ଭଞ୍ଜନଗର,୧୦/୦୨(ପିପିଟି); ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ଛକରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ସି.ଆର.ସି.ସି ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ର ନାଥ ଦିଗାଲ(୫୩) ଭଞ୍ଜନଗର ବାଉଁଶ ଲୁଣ୍ଡି ପ୍ରଧାନ କଲୋନୀ ରେ ଘର ଭଡ଼ା ନେଇ ରହୁଥିଲେ। ଆଜି ଦିନ ୩ଟା ସମୟରେ ସେ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ କାର ଡ୍ରାଇଭରକୁ କିଛି ଫଳ ଆଣିବାକୁ ପଠାଇ ନିଜେ ଗାଡ଼ି ଲକ କରି ଭିତରେ ଏସି ଲଗାଇ ବସି ରହିଥିଲେ।ହେଲେ ଡ୍ରାଇଭର ଫଳ ଆଣି ଶ୍ରୀ ଦିଗାଲଙ୍କୁ ବାରମ୍ବାର ଡାକିଥିଲେ ମଧ୍ୟ ସେ ନ ଶୁଣିବାରୁ ଆଖପାଖରେ ଥିବା ଅନ୍ୟ ଲୋକଙ୍କ ସାହାଯ୍ୟରେ ଗାଡ଼ିର କାଚ ଭାଙ୍ଗି ତାଙ୍କୁ ଗାଡ଼ିରୁ ବାହାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ।ହେଲେ ସେଠାରେ ଡାକ୍ତର ହୃଦଘାତ ରେ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ। ଶ୍ରୀ ଦିଗାଲ ଜଣେ ପରୋପକାରୀ,ମିଷ୍ଠ ଭାଷୀ ଓ ମେଳାପୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଯୋଗ୍ୟ ଗତ ଚାରି ମାସ ତଳେ ତାଙ୍କ ପତ୍ନୀ ମାଣିକ ଦିଗାଲ ମଧ୍ୟ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏବେ ତାଙ୍କର ଏକମାତ୍ର ୧୪ବର୍ଷର କନ୍ୟା ସନ୍ତାନ ଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )