ମଣ୍ଡିରୁ ଉଠିଲାନି ଧାନ; ଶ୍ରୀଚନ୍ଦନପୁର ପାଟ୍ଟଣା ସେବା ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଲେ ଚାଷୀ।

0 346

ବୋଲଗଡ଼,୦୯/୦୨(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଶ୍ରୀଚନ୍ଦନପୁର (ହାଟବସ୍ତ) ପାଟ୍ଟଣା ସେବା ସମବାୟ ସମିତି ଲିଃ ସମ୍ମୁଖରେ ଧାରଣା ଦେଲେ ଚାଷୀ। ସରକାରଙ୍କ ନିଦ୍ଦେର୍ଶ କ୍ରମେ ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ ୧୪୦୦୦ କ୍ବିଣ୍ଟାଲ୍ ର ଧାନ ମଣ୍ଡୀ ରୁ କ୍ରୟ କରିବାକୁ ଧାର୍ଯ୍ୟ ରଖିଛନ୍ତି। ନିୟମ ଅନୁଯାୟୀ ମଣ୍ଡୀ ରୁ ସପ୍ତାହ ରେ ୨ଥର ଧାନ ଉଠାଇବା କଥା, କିନ୍ତୁ ସପ୍ତାହ କୁ ୧ହଜାର କୁଇଣ୍ଟାଲ ଧାନ ଉଠାଇଛନ୍ତି। ଗତ ଡିସେମ୍ବର ମାସ ୨୯ ତାରିଖ ରୁ ଆାଜି ପଯ୍ୟନ୍ତ ଶ୍ରୀଚନ୍ଦନପୁର ପାଟ୍ଟଣା ସେବା ସମବାୟ ସମିତି ର ମଣ୍ଡୀରୁ ମୋଟ ରେ ୫୨୦୦ କ୍ବିଣ୍ଟାଲ୍ ଧାନ ଉଠା ଯାଇଛି। ଯାହା ମୋଟ ରେ ଶତକଡା ୩୫% ଭାଗ ଧାନ ଉଠା ଯାଇଛି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.