ପାଇକ ରାମଚନ୍ଦ୍ରପୁର ରେ ହେବାକୁ ଥିବା ସରପଞ୍ଚ ଉପ ନିର୍ବାଚନରେ ବିଜେଡ଼ିର ଜୋରଦାର ପ୍ରଚାର ।

0 438

ସାନଖେମୁଣ୍ଡି,୦୯/୦୨(ପିପିଟି); ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପି. ରାମଚନ୍ଦ୍ରପୁର ପଞ୍ଚାୟତରେ ଆଗାମୀ ୧୧ ତାରିଖରେ ହେବାକୁ ଥିବା ସରପଞ୍ଚ ଉପନିର୍ବାଚନରେ ଆଜି ପ୍ରଚାର ଶେଷ ଦିନ ଥିବାରୁ ବିଜେଡ଼ି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ଆଜିର ପ୍ରଚାରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ,ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ, ମହିଳା ବିଜେଡି ଜିଲ୍ଲା ସଭାପତି ସଂଘମିତ୍ରା ଦଳେଇ, ଲକ୍ଷ୍ମୀ ପ୍ରିୟା ପାଢ଼ୀ, ପି.ଆଶା ରାଣୀ ଯୋଗ ଦେଇ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନା ଗ୍ରାମରେ କିଭଳି ସଠିକ ରୂପରେ ପହଞ୍ଚାଇବା ପାଇଁ ବିଜେଡି ସମର୍ଥିତ ପାର୍ଥିନି ଏନ.ପୁଷ୍ପା ରେଡ଼ିଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ । ବିଜେଡ଼ି ଜିଲ୍ଲା ମହିଳା ସଙ୍ଗଠନ ସଧାରଣ ସମ୍ପାଦିକା ପି ଆଶାରାଣୀ,ଲକ୍ଷ୍ମୀପ୍ରିୟା ପାଢ଼ୀ ପ୍ରମୁଖ ସାଂସଦଙ୍କ ସହ ମହିଳା ଭୋଟରଙ୍କୁ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା,ମିଶନ ଶକ୍ତି ବିଭାଗ ଅନ୍ତର୍ଗତରେ ମହିଳାଙ୍କ ପାଇଁ କରାଯାଉଥିବା ଯୋଜନା ସମ୍ବନ୍ଧରେ ମହିଳା ଭୋଟରଙ୍କୁ ଅବଗତ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ଧୋବା ସ୍ୱାଇଁ, ଛାତ୍ର ନେତା ଗୌରୀ ଶଙ୍କର ତ୍ରିପାଠୀ, ଯୁବ ନେତା ବିକ୍ରମ ବରାଡ଼, ସନ୍ତୋଷ ନାହାକ,ଆଡ଼ପଡା ସରପଞ୍ଚ ନୀଳମାଧବ ରାଉତ, ନବକିଶୋର ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.