ଭଞ୍ଜନଗର,୦୯/୦୨(ପିପିଟି); ଯଦି ଆପଣ ବାଇକ ଧରି ଘରୁ ବାହାରୁଛନ୍ତି ତେବେ ହେଲମେଟ ପିନ୍ଧିବାକୁ ଭୁଲିବେନି । ଯଦି ସାଙ୍ଗରେ ଅନ୍ୟ କାହାକୁ ବସେଇଛନ୍ତି ତେବେ ତାଙ୍କୁ ମଧ୍ୟ ମୁଣ୍ଡରେ ହେଲମେଟ ଲଗେଇବାକୁ ପଡିବ । ନହେଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଋଦ୍ଧ ସହ ଜୋରିମାନା କିମ୍ବା ଜେଲ ଯିବାକୁ ମଧ୍ୟ ପଡିପାରେ । ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ନିଷ୍ପତି ନେଇଛନ୍ତି । ବେପରୁଆ ଗାଡି ଚାଳନା, ମଦ ପିଇ ଗାଡି ଚଳେଇବା, ଖୋଲାସାହି ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା, ରାସ୍ତାରେ ବେଆଇନ ଭାବେ ବାଲି, ଗୋଡି ପକେଇବା ସମେତ ଅନ୍ୟାନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ ଏହି ନିୟମକୁ କଡାକଡି ପାଳନ ନିମନ୍ତେ ମାଲିକ ମାନଂକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଦୁର୍ଘଟଣାଟଣା ଗସ୍ତ ବ୍ୟକ୍ତିକୁ ବିନା ସଂକୋଚରେ ଡାକ୍ତରଖାନାକୁ ପହଂଚେଇବା କୁହାଯାଇଛି ସେଥିନିମନ୍ତେ ପହଂଚେଇଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବରଂ ପୁରସ୍କାର ରାଶି ୨ ହଜାର ଟଙ୍କା ପ୍ରଦାନ କରାଯିବ । ଦୁଇ ଚକିଆ ୫୦, ଚାରିଚକିଆ ୮୦ ଏବଂ ଭାରି ଜାନ ଗୁଡିକ ୬୦ ସ୍ପୀଡ଼ ରୁ ଅଧିକ ଚଳେଇ ପାରିବେନି । ଚଳିତ ମାର୍ଚ୍ଚ ୧ ତାରିଖରୁ କାର୍ଯ୍ୟାଳୟ କର୍ମଚାରୀ ଏବଂ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ବିନା ହେଲମେଟ ରେ କାର୍ଯ୍ୟାଳୟକୁ ଆସିପାରିବେ ନାହିଁ । ରୋଡ ସେଫଟି ନିୟମ ଙ୍କୁ କଡାକଡି ପାଳନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଂଜ଼ କହିଛନ୍ତି । ଏହା ଛଡା ୩୨ ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମେଡିକାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥୀ, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରୟ, ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ, ସମାଜସେବୀ ଶୁଳପାଣି ଶତପଥୀ, ଏନଏଚ ଅଧିକାରୀ, ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )